ରାଜଧାନୀ ଏୟାରପୋର୍ଟରେ ବାଘ ନୁହଁ ବଣୁଆଭୂଆଁ , ସ୍ପଷ୍ଟ କଲା ବନବିଭାଗ ।
1 min readଗତକାଲି ରାଜଧାନୀ ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂୟାର୍ଡ ନିକଟ ରେ ଏକ କଲାରପତ୍ରିଆ ବାଘକୁ ନେଇ ଆତଙ୍କ ଖେଳି ଯାଇଥିଲା । ଖବର ପାଇଁ ତୁରନ୍ତ ବନବିଭାଗ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲା । ତା ସହ ପିଞ୍ଜରାରେ କୁକୁଡା ରଖି ବାଘକୁ ଧରିବାକୁ ଯୋଜନା ମଧ୍ୟ ହୋଇଥିଲା । ଏହାସହ ୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି ।
୫ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଏକ କଲରାପତରିଆକୁ ଉଦ୍ଧାର କରାଯାଇଥିବାରୁ, ଏଠାରେ ଏବେ ଆଉ ଏକ ବାଘ ବୁଲୁଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଗତକାଲି ରାତିସାରା ତଲାସୀ ପରେ ବନବିଭାଗ ହାତରେ କଲରାପତରିଆ ବାଘ ନୁହଁ ବରଂ ଏକ ବଣଭୂଆ ପଡିଥିଲା ।