Pratidin TV

Odisha's Digital News Platform

ବାତ୍ୟା ସମୀକ୍ଷା ପରେ ମନ୍ତ୍ରୀଙ୍କ ଘୋଷଣା , ୬ ମାସ ଭିତରେ ୨୦ ଲକ୍ଷ ଲୋକଙ୍କୁ ମିଳିବ ଘର….

1 min read

ଚାଲିଗଲା ଦାନା ଛାଡିଗଲା ପ୍ରଳୟର ଛିଟା । ଓଡିଶାର ୪ ଜିଲ୍ଲାରେ ଅଧିକ କ୍ଷତି କରିଛି ବାତ୍ୟା ଦାନା । ଏନେଇ ଜିଲ୍ଲା ମାନଙ୍କରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତୀ ।

ସେହିଭଳି ବାଲେଶ୍ବର ସୋରରେ ବାତ୍ୟା ପରର ସ୍ଥିତି ସମୀକ୍ଷା କରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଏକ ବଡ ଘୋଷଣା କରିଛନ୍ତି । ୬ ମାସ ମଧ୍ୟରେ ୨୦ ଲକ୍ଷ ଲୋକଙ୍କୁ ମିଳିବ ଘର । ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

Advertisement

ଲୋକମାନଙ୍କୁ ଭୟ କରିବାର କିଛି ନାହିଁ ବୋଲି ଲୋକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଘର ଭାଙ୍ଗି ଥିବା ଲୋକମାନଙ୍କୁ କୌଣସି ଚିନ୍ତା କରିବାର ନାହିଁ, ନୂତନ ଘର ୬ ମାସ ଭିତରେ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *