Pratidin TV

Odisha's Digital News Platform

‘ମୋ ବାପାଙ୍କୁ ମାରି ଦିଆ ଗଲା‘,ନେତନ୍ୟାହୁଙ୍କ ଉପରେ ରାଗିଗଲେ ଇସ୍ରାଏଲର ଲୋକେ

1 min read

ନେତନ୍ୟାହୁଙ୍କ ଉପରେ ରାଗିଗଲେ ଇସ୍ରାଏଲର ଲୋକେ | ହମାସ ଆତଙ୍କୀଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧକୁ ବର୍ଷେରୁ ଅଧିକ ସମୟ ହୋଇସାରିଛି | ଇସ୍ରାଏଲ ସେନା ହମାସର ଅଣ୍ଟା ଭାଙ୍ଗି ଦେଇଛି | ତେବେ ଅଧିକାଂଶ ଆତଙ୍କୀଙ୍କୁ ମୃତ୍ୟୁର ସ୍ୱାଦ ଚଖାଇ ସାରିଛି ଇସ୍ରାଏଲ | କିନ୍ତୁ ଏବେ ମଧ୍ୟ ଇସ୍ରାଏଲର ଲକ୍ଷ ପୁରା ହୋଇପାରି ନାହିଁ | ଅନୁମାନ ଆଧାରରରେ ୧00 ରୁ ଉର୍ଦ୍ଧ୍ବ ଲୋକ ଏବେ ମଧ୍ୟ ହମାସର କଏଦରେ ଅଛନ୍ତି | ନିଜର ମୁକ୍ତିର ଅପେକ୍ଷା କରୁଥିବା ଇସ୍ରାଏଲ ଲୋକଙ୍କ ଧର୍ଯ୍ୟ ସାରି ସାରି ଆସିଛି |

ତେବେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଉତ୍ସବରେ ଭାଷଣ ଦେଉଥିଲେ ସେତେବେଳେ ତାଙ୍କ ଉପରେ ରାଗିଯାଇଥିଲେ ଲୋକେ | ଏପରିକି ତାଙ୍କ ଉପରେ ପାଟି କରିବା ଆରମ୍ଭ କରିଦେଇଟିଲେ | ପାଖାପାଖି ୧ମିନିଟ ଯାଏଁ ନେତନ୍ୟାହୁ ଇହଜକୁ ଶୁଣି ଚୁପ ରହିଥିଲେ ଏବଂ ବିରୋଧ ପ୍ରଦର୍ଶନକାରୀମାନେ ତାଙ୍କୁ କହିବାକୁ ଦେଇନଥିଲେ | ତେବେ ରବିବାର ଅକ୍ଟୋବର ୭ରେ ଶ୍ରଦ୍ଧାଞ୍ଜଳି ଉତ୍ସବ ବେଳେ ହମାସ ହମଲାରେ ପିଡୀତାଙ୍କ ଚିତ୍କାର କରୁଥିବା ସମ୍ପର୍କୀୟ ମାନେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ କହିବାକୁ ଦେଇନଥିଲେ | ତେବେ ଭାଷଣର ଲାଇଭ ପ୍ରସାସରଣ କରାଯାଇଥିଲା | ସେ ଷ୍ଟେଜରେ କହିବାକୁ ସମୟରେ ଭିଡରେ ଉପସ୍ଥିତ ଥିବା ଲୋକେ ବହୁ ଜୋରରେ ପାଟି କରିବା ଆରମ୍ଭ କରିଦେଇଥିଲେ | ଯେଉଁଥିପାଇଁ ପାଖାପାଖି ମଞ୍ଚରେ ୧ମିନଟ ଯାଏଁ ହଙ୍ଗାମା ସୃଷ୍ଟି ହୋଇଯାଇଥିଲା | ତେବେ ସେହି ଭିଡ ଚିଲ ଚିଲି ମଧ୍ୟରେ ଜଣେ ବ୍ୟକ୍ତି ଜୋରରେ ଚିତ୍କାର କରି କହୁଥିଲେ ମୋ ପିତାଙ୍କୁ ମାରି ଦିଆଗଲା |

Advertisement

Leave a Reply

Your email address will not be published. Required fields are marked *