Pratidin TV

Odisha's Digital News Platform

ଗୁଜୁରାଟରେ ସ୍ପେନର PMଙ୍କ ସହ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି

1 min read

ଗୁଜୁରାଟରେ ପହଞ୍ଚିଲେ ୨ ଦେଶର ପ୍ରଧାନମନ୍ତ୍ରୀ | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଆଜି ଗୁଜୁରାଟର ଭଦୋଦରାଠାରେ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ପ୍ଲାଣ୍ଟକୁ ଉଦଘାଟନ କରିବେ | ଆଜି ସକାଳେ ପ୍ରଥମ ଥର ପାଇଁ ସ୍ପେନର ପ୍ରଧାନମନ୍ତ୍ରୀ ନିଜ ସ୍ତ୍ରୀଙ୍କ ସହ ଭାରତ ଆସିଥିବା ବେଳେ ସେଠାରେ ତାଙ୍କ ଭବ୍ୟ ସ୍ୱାଗତ କରାଯାଇଛି |

ଏହାସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୋଡ଼ ଶୋ କରାଯାଇଥିବା ବେଳେ ୨ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକାଠି ଦେଖିବା ପାଇଁ ରାସ୍ତାରେ ଗହଳି ଥିବା ନଜର ଆସିଥିଲା |ଆଜି ଭଦୋଦରାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି କହିଛନ୍ତି, “ବିମାନ ଉତ୍ପାଦନ କ୍ଷମତା ଭାରତ-ସ୍ପେନ ସମ୍ପର୍କକୁ ମଜବୁତ କରିବ। ଆଜିଠାରୁ ଆମେ ଭାରତ ଏବଂ ସ୍ପେନର ସହଭାଗିତାକୁ ଏକ ନୂତନ ଦିଗ ଦେଉଛୁ। C-295 ବିମାନର ଉତ୍ପାଦନ କାରଖାନା ଉଦଘାଟନ ହୋଇଛି। ଏହି କାରଖାନା ଭାରତ-ସ୍ପେନ୍ ସମ୍ପର୍କକୁ ମଜବୁତ କରିବା ସହ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ମିଶନକୁ ସହଯୋଗ କରିବ।”

Advertisement

ଆଜି ଗୁଜୁରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆମେରେଲିରେ ୪ ହଜାର ୯00 କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କରିବେ | ଏହି ଚୁକ୍ତି ଅନୁଯାୟୀ, ଭଦୋଦରାରେ ସି-୨୯୫ କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୫୬ ବିମାନ ଉତ୍ପାଦନ ହେବ। ସେଥିମଧ୍ୟରୁ ୧୬ଟି ସ୍ପେନରୁ ଏୟାରବସ ଦ୍ୱାରା ସିଧାସଳଖ ବିତରଣ କରାଯାଉଛି। ଅବଶିଷ୍ଟ ୪୦ଟି ଭାରତରେ ତିଆରି ହେବ। ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ଏହି ୪୦ଟି ବିମାନ ଭାରତରେ ଉତ୍ପାଦନ କରିବ। ଯାହା ଦେଶର ଘରୋଇ କ୍ଷେତ୍ରର ଫଶଇନାଲ ଆସେମ୍ବଲି ଲାଇନ ହେବ। ତେବେ ଟାଟା ଆଡ଼ଭାନ୍ସ ଏହି ୪0 ଟି ବିମାନ ନିର୍ମାଣ କରିବ |

ସ୍ପେନ ଫେରିବା ପୂର୍ବରୁ ସଞ୍ଚେଜ ଆସନ୍ତାକାଲି ମୁମ୍ବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଉଭୟ ଐତିହାସିକ ଲକ୍ଷ୍ମୀ ବିଳାସ ପ୍ୟାଲେସ ପରିଦର୍ଶନ କରିବେ। ଏଠାରେ ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *