Pratidin TV

Odisha's Digital News Platform

ଆତଙ୍କୀ ଗୁଳିରେ ଆହତ ହୋଇଥିବା ଆର୍ମି କୁକୁର ‘‘ଫ୍ୟାଣ୍ଟମ୍’’ ସହିଦ୍‌…

1 min read

ମଣିଷର ସବୁବେଳେ ସାଥୀ ହୋଇଆସିଛି କୁକୁର। କିନ୍ତୁ ଏଥର ସାଥୀ ନୁହେଁ ବରଂ ଦେଶ ମାତୃକା ପାଇଁ କୁକୁର ଦେଖାଇଛି ସାହସିକତା। ଯେଉଁଠି କୁକୁର ମୃତ୍ୟୁ ସହ ଲଢିବାକୁ ପଡ଼ିଥିଲେ ବି ହାର ମାନିନି। ବରଂ ଆତଙ୍କବାଦୀଙ୍କୁ ନିପାତ କରିବାରେ ସେ ସାଜିଥିଲା ମାଧ୍ୟମ।ଆର୍ମି କୁକୁର ଫାଣ୍ଟମ ସାହସିକତା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଆଜି ହସି ହସି ନିଜ ଦେଶ ମାତୃକା ପାଇଁ ସେ ଦେଇଛି ପ୍ରାଣବଳି ।ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ। ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର ‘ଫ୍ୟାଣ୍ଟମ୍’। ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ନେଇଥିବା ଏହି ସାହାସି କୁକୁର ସୁନ୍ଦରବନୀ ସେକ୍ଟରରେ ଟେରର ଅପରେସନରେ ସାମିଲ ଥିଲା।

ଏଥିରେ ଆର୍ମି ଡଗ୍ ଫାଣ୍ଟମ ସହିଦ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।ହ୍ୱାଇଟ୍ ନାଇଟ୍ କର୍ପସ ପକ୍ଷରୁ ସୋସିଆଲ୍ ମିଡ଼ିଆ Xରେ ସୂଚନା ଦିଆଯିବା ସହ ସହିଦ ଫାଣ୍ଟମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ‘ଆମର ପ୍ରକୃତ ହିରୋ – ସାହସୀ ଭାରତୀୟ ସେନା କୁକୁର ଫାଣ୍ଟମଙ୍କ ସର୍ବୋଚ୍ଚ ବଳିଦାନକୁ ଆମେ ନମସ୍କାର କରୁଛୁ’ ବୋଲି ସେନା ପକ୍ଷରୁ କୁହାଯାଇଛି।

Advertisement

ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଆର୍ମି କୁକୁର ଫ୍ୟାଣ୍ଟମ୍ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା।

୨୦୨୦ ମେ ୨୫ରେ ଜନ୍ମ ନେଇଥିଲା। ୨୦୨୨ ଅଗଷ୍ଟ ୧୨ରେ ସେନାରେ ନିଯୁକ୍ତ ହୋଇଥିଲା ବେଲଜିୟମ୍ ମାଲିନୋଏସ୍ ତଥା ବେଲଜିଆର୍ ସେଫାର୍ଡ ପ୍ରଜାତିର ଏହି କୁକୁର।

Leave a Reply

Your email address will not be published. Required fields are marked *