Pratidin TV

Odisha's Digital News Platform

ମାଛ ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ, ହୋଟେଲରେ ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ…

1 min read

ମାଛ ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଡମଣା ହାଟ ସ୍ଥିତ ମା ତାରାଦେଇ ହୋଟେଲରେ ସାମାନ୍ୟ ମାଛ ପାଇଁ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ । ମାଛ ପାଇଁ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ ହୋଟେଲର କର୍ମଚାରୀ ।ମୃତକ ଜଣକ ହେଉଛନ୍ତି ପିତାମ୍ବର ଜେନା ବୟସ 55 ବର୍ଷ । ସେ ୧୫ ବର୍ଷ ଧରି ଉକ୍ତ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ।

ପରିବାର ଲୋକଙ୍କ କହିବାନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତଜଣକ ପୀତାମ୍ବରଙ୍କୁ ପନିକିରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ହତ୍ୟା ପରେ ବି ନିଶାସକ୍ତ ଅବସ୍ଥାରେ ବସି ରହିଥିଲା ଅଭିଯୁକ୍ତ ।ଏହାପରେ ନିଜେ ହୋଟେଲ ମାଲିକ କାବୁ କରି ପୋଲିସ କୁ ଜୀମା ଦେଇଛି ।ଅଭିଯୁକ୍ତକୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି.। ତେବେ ମୃତଦେହ ହୋଟେଲରେ ପଡ଼ିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌କୁ ଅପେକ୍ଷା କରିଛି ପୁଲିସ୍‌। ସାଇଣ୍ଟିଫିକ୍‌ ଟିମ୍‌ ସାମ୍ପଲ ସଂଗ୍ରହ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବ ପୁଲିସ୍‌।

Advertisement

Leave a Reply

Your email address will not be published. Required fields are marked *