Pratidin TV

Odisha's Digital News Platform

କଥା ମାନୁନି ଇସ୍କନ, ଅଦିନିଆ ରଥଯାତ୍ରା କୁ ନେଇ ଚିଠି ଲେଖିଲେ ପୁରୀ ଗଜପତି ମହାରାଜ…

1 min read

ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆମେରିକାର ହ୍ୟୁଷ୍ଟନ ଇସ୍କନ ଶାଖା ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ଜଗନ୍ନାଥ ପ୍ରେମୀଙ୍କ ବିରୋଧ । ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ୯ ତାରିଖରେ ରଥଯାତ୍ରା କରିବାକୁ ହ୍ୟୁଷ୍ଟନ ଶାଖା ୱେବ୍ ସାଇଟ୍‌ରେ ସୂଚନା ମିଳିବା ପରେ ଏହାକୁ ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଜଗନ୍ନାଥ ସଂସ୍କୃତିର ଶାସ୍ତ୍ରୀୟ ବିଧିକୁ ଖାତିର ନକରି ଇସ୍କନ ଧର୍ମାବଲମ୍ବୀ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବାରୁ, ଏହାକୁ ନେଇ ତେଜୁଛି ଅସନ୍ତୋଷ ।ତେବେ ଏହି ବିବାଦ
ପରେ ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜ । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଥିଲା। ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଥିଲା।

ବିଧି ଓ ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବ। ଏପରି ଅଦିନ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି। ଗଜପତି ଚିଠିରେ ଲେଖିଛନ୍ତି, ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଥିଲା। ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଥିଲା। ବିଧି ଓ ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ତେଣୁ ନଭେମ୍ବର ୯ ତାରିଖରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ। ନାଇଜେରିଆ ଇସ୍କନ ବି ନଭେମ୍ବର ୨୩ରେ ରଥଯାତ୍ରା ଯୋଜନା କରିଛି। ଏସବୁ ବନ୍ଦ କରନ୍ତୁ, କେବଳ ବିଧି ମୁତାବକ ସ୍ନାନ ଓ ରଥଯାତ୍ରା କରନ୍ତୁ ବୋଲି ଗଜପତି ଚିଠିରେ ଲେଖିଛନ୍ତି।

Advertisement

Leave a Reply

Your email address will not be published. Required fields are marked *