Pratidin TV

Odisha's Digital News Platform

ଗଭୀର ସମୁଦ୍ରର ରହସ୍ୟ ଜାଣିବ ଭାରତ, ଆରମ୍ଭ ହେବ ‘ମିଶନ ସମୁଦ୍ରଯାନ’…

1 min read

ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଛି ଭାରତ। ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି ‘ମିଶନ ସମୁଦ୍ରଯାନ’। ୨୦୨୬ ମସିହାରେ ଏହି ମିଶନ ଆରମ୍ଭ ହେବାକୁଥିବାବେଳେ ଏବେଠୁ ଏହାର ପରୀକ୍ଷଣ ଆରମ୍ଭ ହୋଇଛି।

୬ ହଜାର ମିଟର ଗଭୀରତାରେ ସମୁଦ୍ରର ତଳଦେଶ ଅନୁସନ୍ଧାନ ପାଇଁ ତିନି ଜଣ ମଣିଷ ପଠାଇବା ଲକ୍ଷ୍ୟ ରଖାଯାଇଛି । ଭାରତ ନିଜର ପ୍ରଥମ ମାନବଯୁକ୍ତ ଗଭୀର ସମୁଦ୍ର ଅନୁସନ୍ଧାନ ଅଭିଯାନ ‘ସମୁଦ୍ରଯାନ’ ଜରିଆରେ ଇତିହାସ ରଚିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଭାରତର ଗଭୀର ସମୁଦ୍ର ଅଭିଯାନର ଦାୟିତ୍ୱରେ ଥିବା ବୈଜ୍ଞାନିକ ଡ. ଏସ୍ ରମେଶ । ମତ୍ସ୍ୟ-୬୦୦୦ ବୁଡ଼ାଜାହାଜ ସମୁଦ୍ର ଭିତରକୁ ପଶିବା ପରଠାରୁ ମିସନ ସମାପ୍ତ ହେବା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ସମୁଦ୍ରଯାନ ଅଭିଯାନ ଚାଲିବ। ଏହି ୧୨ ଘଣ୍ଟା ଭିତରେ କର୍ମଚାରୀମାନେ ସମୁଦ୍ର ତଳେ ସେମାନଙ୍କର ଅନୁସନ୍ଧାନ ଓ ଗବେଷଣା କାର୍ଯ୍ୟ କରିବେ। ତେବେ ଜରୁରିକାଳୀନ ପରିସ୍ଥିତିରେ, ମତ୍ସ୍ୟ-୬୦୦୦ ଅତିରିକ୍ତ ୯୬ ଘଣ୍ଟା କ୍ରୁମାନଙ୍କୁ ବଞ୍ଚିରହିବାରେ ସାହାଯ୍ୟ କରିପାରିବ।

Advertisement

ଏହି ସମ୍ପ୍ରସାରିତ କ୍ଷମତା ଅପ୍ରତ୍ୟାଶିତ ପରିସ୍ଥିତିରେ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିଥାଏ। “Samudrayaan Mission । ଚନ୍ଦ୍ରଯାନ, ଆଦିତ୍ୟ-L1 ପରେ ଏବେ ଲଞ୍ଚ ହେବ ‘ସମୁଦ୍ରଯାନ'” ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (ଏନ୍ଆଇଓଟି) ସମୁଦ୍ରଯାନ ମିସନ ଡିଜାଇନ୍‌ର ନେତୃତ୍ୱ ନେଇଛି। ଏଥିରେ ଲାଇଫ୍ ସପର୍ଟ ସିଷ୍ଟମ, ବ୍ୟାଟେରି, ଯୋଗାଯୋଗ ଉପକରଣ, ଖାଦ୍ୟ ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା, ଅମ୍ଳଜାନ ବ୍ୟବସ୍ଥା ଏବଂ ସିଓ୨ ସ୍କ୍ରବର ଅନ୍ତର୍ଭୁକ୍ତ।ଭାରତର ଗବେଷଣା ଜାହାଜ ସାଗରନିଧିରୁ ମତ୍ସ୍ୟ-୬୦୦୦କୁ ସମୁଦ୍ର ଭିତରକୁ ଛଡ଼ାଯିବ । ଏହି ମିସନ ଜରିଆରେ ଭାରତ ଗଭୀର ସମୁଦ୍ର ଅନୁସନ୍ଧାନରେ ସକ୍ଷମ ରାଷ୍ଟ୍ରମାନଙ୍କର ଏକ ଏଲିଟ୍ ଗ୍ରୁପ୍‌ରେ ସାମିଲ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *