Pratidin TV

Odisha's Digital News Platform

ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଅଣ୍ଡା ମାଡ ଘଟଣା: ଥାନାରେ ଏତଲା ଦେଲେ ବିଡ଼ିଓ..

1 min read

କେନ୍ଦ୍ରାପଡ଼ା ବ୍ଲକରେ ଥିବା ବିଡ଼ିଓ ବନ୍ଦନା ଖଟୁଆଙ୍କ କାର୍ଯ୍ୟାଳୟକୁ କିଛି ଅଜଣା ଦୁର୍ବୁତ୍ତ ମାନେ ମଙ୍ଗଳବାର ପାଖ ପାଖି ୨ଟା ସମୟରେ ବିଡ଼ିଓଙ୍କ ଅନୁପସ୍ଥିତ ଥିବା ବେଳେ ତାଙ୍କ ଚ୍ୟାମ୍ବର କବାଟ ଉପରକୁ ସିରିଜ୍ ଅଣ୍ଡାମାଡ଼ କରି ପଳାଇଥିଲେ।କିଏ ଓ କାହିଁକି ଅଣ୍ଡା ମାଡ଼ କରିଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କିଛି ସମୟ ପରେ ଦୁଇଜଣ ବ୍ୟକ୍ତିଙ୍କୁ ଟାଉନ୍ ଥାନା ପୁଲିସ୍ ଉଠାଇ ଆଣି ପଚରା ଉଚରା କରୁଥିବା ଜଣାପଡିଛି।ଏ ଘଟଣା ପରେ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ବ୍ଲକ ବିଡ଼ିଓ ବନ୍ଦନା ଖଟୁଆ ଟାଉନ୍ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ସୂଚନା ମିଳିଛି।

ହେଲେ ଏଭଳି ଘଟଣା ବ୍ଲକ ପରିସରରେ ଘଟିଯାଇଥିଲେ ମଧ୍ୟ ଅଣ୍ଡା ମାଡ଼ ସମୟରେ ବ୍ଲକର ଥିବା ଅନ୍ୟ କର୍ମଚାରୀ ନଜାଣିବା ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଅନ୍ୟପଟେ ବ୍ଲକ ପରିସରରେ ସିସିଟିଭି ଲଗାଯାଇଥିଲେ ମଧ୍ୟ କିଛି ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଥିବା ଅନୁମାନ କରାଯାଉଛି।ତଦନ୍ତ ପରେ ପ୍ରକୁତ ସତ୍ୟାସତ୍ୟ ପଦାକୁ ଆସିବ ଓ କିଏ କାହିଁକି ଅଣ୍ଡା ମାଡ଼ କଲା ତାହା ସ୍ପଷ୍ଟ ହୋଇପାରିବ।ଟାଉନଥାନାରେ ଲିଖିତ ଅଭିଯୋଗ ପରେ ବିଡ଼ିଓ ଓ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଓ ବହୁ ସରପଞ୍ଚ ମିଳିତହୋଇ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଭେଟି ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *