ସୁଦୃଢ଼ ହେବ ଓଡ଼ିଶା ଜନପରିବହନ :କୁଟ୍ ପକ୍ଷରୁ ଇ. ବସ୍ ଏବଂ ଏଟିଭିଏସ୍ ହେଲା ଶୁଭାରମ୍ଭ..
1 min readଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍। ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଉବେର ଏବଂ ଓଲା କମ୍ପାନୀକୁ ଟକ୍କର ଦେବ ଓଡ଼ିଶା ଯାତ୍ରୀ ଆପ୍।
ଏଥର ରାସ୍ତାରେ ଗଡିବ ଅଟୋ ଓ କାର୍। ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ ଯାତ୍ରା କରିପାରିବେ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରମୁଣ୍ଡା ବସଷ୍ଟାଣ୍ଡରେ ୧୨ଟି ଇ ବସର ଉଦଘାଟନ କରିଛନ୍ତି। ଏଣେ ସ୍ବୟଂଚାଳିତ ଟିକେଟ ଭେଣ୍ଡିଂ ମେସିନର ବି ଉଦଘାଟନ କରିଛନ୍ତି ମନ୍ତ୍ରୀ।