Pratidin TV

Odisha's Digital News Platform

ଭାରତୀୟ ବଂଶୋଦ୍ଭବ ରଚିଲେ ଇତିହାସ , ସାଜିଲେ ଆମେରିକାର ପ୍ରଥମ ଭାରତୀୟ ବିଚାରପତି…

1 min read

ନୂଆଦିଲ୍ଲୀ : ବିଦେଶରେ ପୁଣି ଦେଶ ପାଇଂ ଗୌରବ ସାଉଣ୍ଟିଲେ ଭାରତୀୟ ବଂଶୋଦ୍ଭବ । ପ୍ରଥମେ ବ୍ରିଟେନରେ ଋଷି ସୁନକ ଆଉ ଏବେ ମନପ୍ରୀତ ସିଂ ।

Advertisement

ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ଆମେରିକାର ବିଚାରପତି ଭାବେ ନିଯୁକ୍ତ ପାଇବା ଦେଶବାସୀଙ୍କ ପାଇଁ ଏକ ଖୁସିଖବର । ଭାରତୀୟ ବଂଶୋଦ୍ଭବ ମନପ୍ରୀତ ସିଂ ହ୍ୟାରୀଶ କାଉଣ୍ଟିର ବିଚାରପତି ଭାବେ ଶପଥ ନେଇଛନ୍ତି । ଆମେରିକାରେ ସେ ହେଉଛନ୍ତି ପ୍ରଥମ ଶିଖ ମହିଳା ବିଚାରପତି । ସତୁରି ଦଶନ୍ଧିରେ ତାଙ୍କର ପିତା ଭାରତରୁ ଆମେରିକା ଚାଲିଯାଇଥିଲେ। ସେଠାରେ ହୋଇଥିଲା ମନପ୍ରୀତଙ୍କ ଜନ୍ମ । ମନପ୍ରୀତ ସେଠାରେ ଆଇନ ଶିକ୍ଷା ଗ୍ରହଣ ସହିତ ଅଦାଲତରେ କରୁଥିଲେ ଓକିଲାତି । ପରେ ସେ ବିଚାରପତି ଭାବେ ମନୋନୀତ ହୋଇଛନ୍ତି ।

ଆମେରିକାରେ ସମ୍ପ୍ରତି ବସବାସ କରୁଛନ୍ତି ୫ଲକ୍ଷ ଶିଖ । ଏଥିରୁ ୨୦ହଜାର ଶିଖ କେବଳ ବସତି ଗଢ଼ିଛନ୍ତି ହ୍ୟୁଷ୍ଟନରେ । ମନପ୍ରୀତ ବିଚାରପତି ଭାବେ ଶପଥ ନେବା ପରେ ଏହା ପ୍ରତ୍ୟେକ ଆମେରିକୀୟ ଶିଖଙ୍କ ପାଇଁ ଏକ ଗର୍ବର ଦିନ ବୋଲି କହିଛନ୍ତି ଶିଖ ସମ୍ପ୍ରଦାୟର ସ୍ଥାନୀୟ ମୁରବୀ । ହ୍ୟାରିସ କାଉଣ୍ଟିର ଅଦାଲତରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିତ୍ବ ଦେଖିବାକୁ ମିଳିଥାଏ । ଆଇନର ଶାସନ ପାଇଁ ଅଦାଲତରେ ବିଚାରପତିଙ୍କ ବିବିଧତା ଜରୁରୀ ଓ ଏଠାରେ ତାହା ଦେଖିବାକୁ ମିଳିଥାଏ ବୋଲି କହନ୍ତି ସ୍ଥାନୀୟ ଜଣେ ଅଧିବକ୍ତା ।

Leave a Reply

Your email address will not be published. Required fields are marked *