ମଲାଇକା ଙ୍କ ସହ ଅର୍ଜୁନ କରିଦେଲେ ବ୍ରେକଅପ , ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିନେତ୍ରୀ ଲେଖିଲେ ଏମିତି ….
1 min readବଲିଉଡର ଲୋକପ୍ରିୟ କପଲଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ଦୀର୍ଘ ସମୟ ଧରି ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ବର୍ତ୍ତମାନ ଦୁଇ ଷ୍ଟାରଙ୍କର ହୋଇଯାଇଛି ବ୍ରେକ୍ ଅପ୍ । ଶେଷରେ ଅର୍ଜୁନ କପୁର ନିଜେ ଏହି ଗୁଜବକୁ ନିଶ୍ଚିତ କରି କହିଛନ୍ତି ବର୍ତ୍ତମାନ ସେ ସିଙ୍ଗଲ୍ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଇ ଖବରକୁ ନେଇ ମୁଁହ ଖୋଲିନାହାନ୍ତି ମଲାଇକା । ମୁଁହ ନଖୋଲି ବି ସୋସିଆଲ ମିଡିଆରେ କରିଛନ୍ତି ଏକ କ୍ରିପ୍ଟିକ୍ ପୋଷ୍ଟ।
ସେହି ପୋଷ୍ଟରେ ସେ ଲେଖିଛନ୍ତି “ହୃଦୟକୁ ଦ୍ୱିତୀୟ ଥର ଛୁଇଁବା ଏକ ଆତ୍ମାକୁ ଆଜୀବନ ସ୍ପର୍ଶ କରିବା ସହିତ ସମାନ।” ଏଥିସହିତ “ଶୁଭ ସକାଳ” ମଧ୍ୟ ସେ ଲେଖିଛନ୍ତି। ସୋମବାର ମୁମ୍ବାଇର ଶିବାଜୀ ପାର୍କରେ ରାଜ ଠାକରେଙ୍କ ଦ୍ୱାରା ଆୟୋଜିତ ଦୀପାବଳି ପାର୍ଟିରେ ଅର୍ଜୁନ ଖବରଦାତାଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି, “ମୁଁ ଏବେ ସିଙ୍ଗଲ୍ ଅଛି।” ଏହି ଦୀପାବଳି ପାର୍ଟିରେ ଅର୍ଜୁନଙ୍କ ଆଗାମୀ ଫିଲ୍ମ ସିଙ୍ଘମ୍ ରିଟର୍ନ ସହ-ତାରକା ଅଜୟ ଦେବଗନ୍, ଟାଇଗର ଶ୍ରଫ୍ ଏବଂ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ଯୋଗ ଦେଇଥିଲେ।
ଅର୍ଜୁନ ଓ ମଲାଇକା ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ। ଅରବାଜ ଖାନଙ୍କଠାରୁ ଛାଡପତ୍ର ହେବା ଦିନଠାରୁ, ମଲାଇକା ତାଙ୍କଠାରୁ ୧୨ ବର୍ଷ ସାନ ଅର୍ଜୁନ କପୁରଙ୍କୁ ଡେଟ୍ କରିବା ଆରମ୍ଭ କଲେ। କିନ୍ତୁ ବର୍ତ୍ତମାନ ଦୁହେଁ ସେମାନଙ୍କର ଦୀର୍ଘ ଦିନର ସମ୍ପର୍କକୁ ସମାପ୍ତ କରିଛନ୍ତି।