ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା; ୧୫୦ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ
1 min readସ୍ପେନରେ ପ୍ରବଳ ବର୍ଷା ଯୋଗୁ ଆସିଛି ପ୍ରଳୟଙ୍କାରୀ ବନ୍ୟା। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ୧୫0 ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଯୋଗୁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଦେଖାଦେଇଛି।
ମଙ୍ଗଳବାର ସ୍ପେନରେ ମୂଷଳଧାରାରେ ବର୍ଷା ହୋଇଥିବା ବେଳେ ବୁଧବାର ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା। ଏଥିସହ ବହୁ ସ୍ଥାନରେ ଅତଡ଼ା ଖସି ଯାଇଥିଲା। ଫଳରେ ପ୍ରଖର ସ୍ରୋତରେ ପାଣି ମାଡ଼ିଆସି ଗାଁଠୁ ଆରମ୍ଭ କରି ସହରରେ ପଶି ଯାଇଥିଲା। ରେଳ ଲାନ୍ଠୁ ଆରମ୍ଭ କରି ବିମାନବନ୍ଦ ସବୁ ପାଣିରେ ବୁଡ଼ି ଯାଇଥିଲା। ଏଥିସହ କାର୍ଗୁଡ଼ିକ ଖେଳଣା ପରି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟାଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ସେମାନଙ୍କ ଆସବାବପତ୍ର ଭାସି ଯାଇଥିଲା। ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା। ହେଲିକପ୍ଟର ଓ ବୋଟ୍ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।
ବନ୍ୟାଜଳରେ ଭାସି ଯାଇ ପୂର୍ବରୁ ୯୫ଜଣ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୫0କୁ ବୃଦ୍ଧି ପାଇଛି | ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ପୋଲିସକୁ ହେଲିକପ୍ ଟର ବ୍ୟବହାର କରିବାକୁ ପଡ଼ିଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୧୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି । ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଅନୁମାନ କରାଯାଉଛି। ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଶୋକବ୍ୟକ୍ତ କରିଛନ୍ତି। ଏହି ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ଦକ୍ଷିଣ-ପୂର୍ବ ସ୍ପେନ୍ ର ଭାଲେନସିଆ ସହରରେ ପରିସ୍ଥିତି ଗୁରୁତର। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୮ ବର୍ଷ ଭିତରେ ଭାଲେନସିଆରେ ସବୁଠୁ ଅଧିକ ବର୍ଷା ହୋଇଛି । ମାଦ୍ରିଦ-ଭାଲେନସିଆ ମଧ୍ୟରେ ଚ୍ରେନ ସେବା ବାତିଲ କରାଯାଇଛି । ସରକାରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସ୍କୁଲ, ମ୍ୟୁଜିୟମ ଓ ଲାଇବ୍ରେରୀ ବନ୍ଦ ରହିଛି ।