Pratidin TV

Odisha's Digital News Platform

ଦୀପାବଳୀରେ ୧ନଂ ମାର୍କେଟରେ ଅଗ୍ନିକାଣ୍ଡ, ହୁତହୁତ ହୋଇ ଜଳିଗଲା ଲୁଗା ଦୋକାନ

1 min read

ଗତକାଲି ଦୀପାବଳୀରେ ଭୁବନେଶ୍ୱରରେ ଘଟିଗଲା ବଡ ଅଘଟଣ | ମାର୍କେଟ ବିଲ୍ଡିଂରୁ ୧ ନଂ ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ଲାଗିଲା ନିଆଁ ଓ ବଡ କଥା ହେଉଛି ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ମୁଖ୍ୟତଃ କପଡା ଦୋକାନ ରହୁଥିବା ବେଳେ ଦୋକାନ ରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା | ତେବେ ଏହି ଅଘଟଣ ଖବର ପାଇ ଅଗ୍ନିଶ୍ରମ ବିଭାଗ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା | ନିଆଁ ଲିଭାଇବା ପାଇଁ ୧0 ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା | ତେବେ ଏହା କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା କାରଣ ସ୍ପଷ୍ଟ ହୋଇନାହିଁ | ତେବେ ଅଣ୍ଡର ଗ୍ରାଉଣ୍ଡରେ କେତେ ଦୋକାନ ଓ ଧନ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି ତାହା ମଧ୍ୟ ଆକଳନ ଏଯାଏଁ ହୋଇନାହିଁ | ତେବେ ଏହାପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ମଧ୍ୟ ମୁତୟନ ହୋଇଥିଲେ |

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କେତେ ଲୋକ ଏହାକୁ ସାର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଥିବା କହୁଥିବା ସମୟରେ, ଆଉ କେତେକ ଲୋକ ଧୂପ, ଦୀପ ଲଗାଇ ଦୋକାନ ବନ୍ଦ କରିଥିବା ଯୋଗୁଁ ଏପରି ନିଆଁ ଲାଗିଥିବା କହିଛନ୍ତି | ତେବେ ଏହି ଘଟଣାରେ ଅଣ୍ଡର ଗ୍ରାଉଣ୍ ରେ ଥିବା ଶାଢ଼ୀ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା | ଛୋଟ ଦୋକାନରେ ସିଲିଂ ସହ ଏକ ମହଲା ବିଶିଷ୍ଟ ଷ୍ଟୋର କରିଥିଲେ ବ୍ୟବସାୟୀ ତେଣୁ ନିଆଁ ନ ଲିଭିବା ଖବର ପାଇ କଳ୍ପନା ସେକ୍ରେଟିଏଟ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ | ନିଜେ ଡ଼ିଏଫଓ ଓ ଏଫଓ ସହ ୩0 ଜଣ ଅଗ୍ନିଶ୍ରମ କର୍ମଚାରୀ ପ୍ରାୟ ୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ | ତେବେ ଏହି ଅଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି |

Advertisement

Leave a Reply

Your email address will not be published. Required fields are marked *