Pratidin TV

Odisha's Digital News Platform

କାହିଁକି ଗୋଟିଏ ଦିନରେ ୩ ଥର ବିବାହ କରିଥିଲେ ଶାହାରୁଖ ଖାନ ,କାରଣ ଶୁଣିଲେ ଆପଣ ହେବେ ଚକିତ …

1 min read

ଆଉ ଗୋଟାଏ ଦିନ ପରେ କିଙ୍ଗ୍ ଖାନ ପାଳିବେ ୫୯ ତମ ଜନ୍ମ ଦିନ।ସେଥିପାଇଁ ଏଥର ମନତରେ ହେବ ଡବଲ୍ ସେଲିବ୍ରେସନ୍ । ତେବେ ଏଥର କିପରି ଖାନ ପରିବାର ପାଳନ କରିବେ ତାହା ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।ଯେଉଁଥିରେ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ମନ୍ନତ ବେଶ୍ ସୁନ୍ଦର ଭାବେ ସଜା ଯାଇଥିବାର ଦେଖିବା ପାଇଁ ମିଳିଛି । ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟି ର ମଧ୍ୟ ଆୟୋଜନ କରିଛନ୍ତି ବେ ପତ୍ନୀ ଗୌରୀ ଖାନ, ଏଥିପାଇଁ ୨୫୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ସୂଚନା ରହିଛି ।ତେବେ ଗୌରୀ ଏବଂ ଶାହାରୁଖଙ୍କ ସୁନ୍ଦର ଲଭ୍ ଷ୍ଟୋରୀ ବିଷୟରେ ଆପଣ ଜାଣିଛନ୍ତି କି ,ଯଦି ଜାଣିନାହାନ୍ତି ଆଜି ଆମେ ଆପଣଙ୍କୁ ଜଣେଇବୁ । ୧୯ ବର୍ଷ ବୟସରେ, ୧୪ ବର୍ଷିୟ ଗୌରୀଙ୍କ ପ୍ରେମରେ ପଡିଥିଲେ ଶାହାରୁଖ । ହେଲେ ଗୌରୀଙ୍କ ମନ ଜିଣିବା ଏତେ ସହଜ ନଥିଲା, ଏଥିପାଇଁ କିଙ୍ଗ୍ ଖାନଙ୍କୁ ଖୁବ୍ କଷ୍ଟ କରିବା ପାଇଁ ପଡିଥିଲା ।

୧୯୮୪ ରେ ଏକ ପାର୍ଟୀରେ ଶାହାରୁଖ ଖାନ ଏବଂ ଗୌରୀ ଙ୍କ ପ୍ରଥମ ଦେଖା ହୋଇଥିଲା । ଯେଉଁଠି ଗୌରୀ ନିଜର ଜଣେ ସାଙ୍ଗଙ୍କ ସହ ଡ୍ୟାନ୍ସ କରୁଥିଲେ । ଶାହାରୁଖ ତାଙ୍କୁ ତାଙ୍କ ସହ ଡ୍ୟାନ୍ସ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଗୌରୀ ରାଜି ହୋଇ ନଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ଶାହାରୁଖ ଉକ୍ତ ସମୟରେ ଗୌରୀଙ୍କ ସହ ଡ୍ୟାନ୍ସ କରି ପାରି ନଥିଲେ । ହେଲେ ସେହି ଦିନକୁ ଉଭୟଙ୍କ ଭାଗ୍ୟ ର ଡୋରି ଏକ ହୋଇଯାଇଥିଲା । କିଙ୍ଗ ଖାନ ଗୌରୀଙ୍କ ପ୍ରେମରେ ପଡି ଯାଇଥିଲେ ଶେଷରେ ଶାହାରୁଖ ଖାନଙ୍କୁ ମଧ୍ୟ ଶେଷରେ ମନ ଦେଇ ବସିଥିଲେ ଗୌରୀ । କିଛି ଦିନ ପରସ୍ପର ସହ କଥା ହେବା ପରେ ଗୌରୀ ଏହି ସମ୍ପର୍କକୁ ନେଇ ଦ୍ୱନ୍ଦରେ ପଡିଯାଇଥିଲେ ଏବଂ କିଛି ଦିନ ପାଇଁ ସେ ଶାହାରୁଖଙ୍କ ସହ କଥା ହୋଇନଥିଲେ । ହେଲେ ବେଶି ଦିନ ଶାହାରୁଖ ଗୌରୀଙ୍କଠୁ ଦୂରେଇ ରହି ପାରି ନଥିଲେ ସେ ତାଙ୍କ ମାଙ୍କଠାରୁ ୧୦ ହଜାର ଟଙ୍କା ନେଇ ଗୌରୀଙ୍କୁ ଖୋଜିବା ପାଇଁ ମୁମ୍ବାଇରେ ପହଞ୍ଚି ଯାଇଥିଲେ । ଶାହାରୁଖ ଜାଣିଥିଲେ ଯେ ଗୌରୀ ସମୁଦ୍ରକୁ ପସନ୍ଦ କରନ୍ତି ଏବଂ ସେ ସେଠାରେ ତାଙ୍କୁ ଭେଟିବେ ।

Advertisement

ଶେଷରେ ଉଭୟଙ୍କର ଦେଖା ହୋଇଥିଲା ଏବଂ ସେ ଗୌରୀଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । ହେଲେ ସେହିସମୟରେ ଗୌରୀ ଏହି ବିବାହ ପାଇଁ ନାଁ କହିଥିଲେ । ହେଲେ ଯେତେବେଳେ ଶାହାରୁଖଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା ଏହା ପରେ ଗୌରୀ ତାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ, ଏହା ଆମେ ନୁହେଁ ଏକ ସାକ୍ଷାତକାରରେ ଶାହାରୁଖ ଖାନ କହିଛନ୍ତି ।ଗୌରୀ ରାଜି ହେବା ବଢିଯାଇଥିଲା ଉଭୟଙ୍କ ଚିନ୍ତା । ଗୌରୀ ଏକ ହିନ୍ଦୁ ପରିବାରର ଥିଲେ ଏବଂ ତାଙ୍କ ପିତାମାତା ଅନ୍ୟ ଧର୍ମରେ ବିବାହ କରିବା ସପକ୍ଷରେ ନଥିଲେ। ହେଲେ ଶାହାରୁଖ ଖାନ ପ୍ରାୟାସ କରିଥିଲେ ଏବଂ ଗୌରୀଙ୍କ ପରିବାରକୁ ବୁଝାଇଥିଲେ । ଏହା ପରେ, 25 ଅକ୍ଟୋବର 1991 ରେ ଏହି ଦମ୍ପତି ବିବାହ କରିଥିଲେ । ବିଶେଷ କଥା ହେଉଛି ଶାହାରୁଖ ଖାନ ଏବଂ ଗୌରୀ ଗୋଟିଏ ଦିନରେ ତିନୋଟି ପରମ୍ପରାରେ ବିବାହ କରିଥିଲେ – ହିନ୍ଦୁ, ମୁସଲମାନ ଏବଂ ରେଜିଷ୍ଟ୍ରୀ ମ୍ୟାରେଜ୍ ।

Leave a Reply

Your email address will not be published. Required fields are marked *