Pratidin TV

Odisha's Digital News Platform

ବଦଳିଲା ୪ ଏକ୍ସପ୍ରେସ ଟ୍ରେନର ଗତିପଥ , ଏହି ଟ୍ରାକ ଦେଇ ଚାଲିବ …

1 min read

ବଦଳିଲା ୪ ଏକ୍ସପ୍ରେସ ଟ୍ରେନର ଦିଗ । ଯାହାଫଳରେ ଟ୍ରେନଗୁଡ଼ିକ ନିର୍ଦ୍ଧାରିତ ଗତିପଥରେ ଯିବା ଆସିବା କରିବେ ନାହିଁ।କାରଣ କେନ୍ଦ୍ରାପଡ଼ା -କଟକ ମଧ୍ୟରେ ଚାନେଲ୍‍ ସ୍ଲିପର ବ୍ଲକ କାରଣ ରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜିଠୁ ୨ ମାସ ପର୍ଯ୍ୟନ୍ତ ଡିସେମ୍ବର ୩୧ ତାରିଖ ଯାଏ ଏହି ଭଳି ବିକଳ୍ପ ଲାଇନରେ ସମ୍ପୃକ୍ତ ୪ ଟ୍ରେନ ଚଳାଚଳ କରିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ରୋଡ୍‍ ଡିଆରଏମ୍‍ ସୂଚନା ଅନୁସାରେ ପ୍ରଭାବିତ ହେବାକୁ ଥିବା ୪ ଟ୍ରେନ ହେଲା: ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ, ଏବଂ ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ, ୧୮୧୨୫ ରାଉରକେଲା-ପୁରୀ- ଏକ୍ସପ୍ରେସ ଏବଂ ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ।

Advertisement

ପୂର୍ବରୁ ପୁରୀ-ବଡ଼ବିଲ ଏକ୍ସପ୍ରେସ ବାରଙ୍ଗ-କଟକ-କପିଳାସ ଦେଇ ଯାତାୟାତ କରୁଥିଲା। ଏବେ ନରାଜ -ମାର୍ଥାପୁର ଦେଇ ଯାତାୟାତ କରିବ।
ଠିକ ସେହିପରି ରାଜ ଆଠଗଡ଼-ନିର୍ଗୁଣ୍ଡି-କଟକ-ବାରଙ୍ଗ ଦେଇ ଯାତାୟାତ କରୁଥିବା ରାଉରକେଲା-ପୁରୀ ଏକ୍ସପ୍ରେସ ଏହି ଦୁଇମାସ ରାଜ ଆଠଗଡ଼- ରାଧାକିଶୋରପୁର- ନରାଜ- ମାର୍ଥାପୁର ରାସ୍ତା ଦେଇ ଯାତାୟାତ କରିବ।

Leave a Reply

Your email address will not be published. Required fields are marked *