ମିଳିଲା ଉଚିତ ସମ୍ମାନ ପୂଣ୍ୟତିଥି ପୂର୍ବରୁ ପୁନଃସ୍ଥାପନ ହେଲା ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି….
1 min readଭଜନ ସମ୍ରାଟ ଙ୍କୁ ମିଳିଲା ଉଚିତ ସମ୍ମାନ । ପୂଣ୍ୟତିଥି ପୂର୍ବରୁ ଖାନ ନଗର ବୁରୁଜ ପାର୍କ ରେ ସ୍ଥାପନ ହେଲା ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି । ଚାରି ଦିନ ମଧ୍ୟରେ ଖାନ ନଗର ପାର୍କ ରେ ପୁନଃସ୍ଥାପିତ ହୋଇଛି ଭିକାରୀ ବଳ ଙ୍କ ପ୍ରତିମୂର୍ତ୍ତି । ବିକାଶ ଭବନ ରେ ଦୀର୍ଘ ଦେଢ଼ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିଲା ପ୍ରତିମୂର୍ତ୍ତି। କିନ୍ତୁ ବିଭିନ୍ନ ଦିଗରୁ ସ୍ୱର ଉତ୍ତୋଳନ ପରେ ଏହି ବିବାଦ ଉପରେ ଆଜି ପୂର୍ଣ୍ଣଛେଦ ପଡିଛି । ଆସନ୍ତା କାଲି ଭିକାରୀ ବଳ ଙ୍କ ତିରୋଧନ ଜୟନ୍ତୀ ରେ ଏହି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବେ କଟକବାସୀ। । ଆଜି ସିଏମସି ର ଏକ ପ୍ରତିନିଧି ମଣ୍ଡଳୀ ,ବିଧାୟକ ଓ ଭଜନ ସମ୍ରାଟ ଙ୍କ ପରିବାର ଵର୍ଗଙ୍କ ଉପସ୍ଥିତିରେ ପ୍ରତିମୂର୍ତ୍ତି ଉନ୍ମୋଚିତ କରଯାଇଛି।
କହିବାକୁ ଗଲେ ,ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କ ରେ ଅବସ୍ଥାପିତ ହୋଇଥିଲା । କିନ୍ତୁ ନେତାଜୀ ବସ୍ ଟର୍ମିନାଲ ର ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର୍ଯ ହେବା ଦ୍ବାରା ସଂପୃକ୍ତ ପାର୍କ ଉଛେଦ ହେବା ପରେ , ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି କୁ ବିକାଶ ଭବନ ରେ ରଖାଯାଇଥିଲା । ରାସ୍ତାକାମ ଚାଲିଥିବା ରୁ ଦିର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହୋଇ ପାରିନଥିଲା । କିନ୍ତୁ ପାର୍କ ରେ ସ୍ଥାନ ଚିହ୍ନଟ ହେବା ପରେ ଗତ ମାସ ରୁ କାମ ଆରମ୍ଭ ହୋଇ ଆଜି ପ୍ରତିମୂର୍ତ୍ତି ସ୍ଥାପନ କରିଛି କଟକ ମହାନଗର ନିଗମ। ଅନ୍ୟପଟେ ଭିକାରୀ ବଳ ଙ୍କୁ ଉଚିତ ସମ୍ମାନ ମିଳିବା ଦିଗରେ ପରିବାର ବେଶ ଖୁସି ପ୍ରକଟ କରିଛନ୍ତି।