ଦୀପାବଳୀରେ ଅଘଟଣ; ବାଣ ପଡ଼ି ଜଳିଲା ଘର ୩ ଶିଶୁ ଜୀବନ୍ତ ଦଗ୍ଧ
1 min readପଶ୍ଚିମବଙ୍ଗ ହାୱଡ଼ାରେ ବାଣ ବୋସ୍ଫୋରଣରେ ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଣ ନିଆଁ ଘରେ ଲାଗିଯିବାରୁ ସେମାନେ ଜୀବନ୍ତ ଦଗ୍ଧ ହେଇଥିବା ଜଣାପଡ଼ିଛି। ୩ ପିଲା ପୋଡି ହୋଇ ମୃତ୍ୟୁ ଘଟଣାକୁ ସରକାର ସ୍ଵୀକାର କରିଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣା ଉଲବେରିଆରେ ଘଟିଛି। ବାଣ ଫୁଟାଇବା କାରଣରୁ ଏହି ଅଗ୍ନିକଣ ହୋଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ତିନି ଜଣ ଶିଶୁ ଓ ଗୋଟିଏ ଘରକୁ ଆୟତ୍ତ କରିଥିଲା। ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେହି ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ସହ ଘରୁ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣରେ ଗୁରୁତର ଜଣେ ମହିଳା ଓ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।