Pratidin TV

Odisha's Digital News Platform

ରେଲୱେରେ ଲାଗୁ ହେଲା ନୂଆ ନିୟମ ; ଏବେ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ

1 min read

ଏବେ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ। ନଭେମ୍ବର ୧ରୁ ଆରମ୍ଭ ହୋଇଛି ନୂଆ ନିୟମ | ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ପୂର୍ବରୁ ୪ ମାସ ପୂର୍ବରୁ ଟିକେଟ ବୁକିଂ ନିୟମ ଥିଲା। ଏବେ କିନ୍ତୁ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ।

ଅଗ୍ରୀମ ରିଜରଭେସନ ଟିକେଟ ବୁକିଂ ସମୟ ସୀମାକୁ ହ୍ରାସ କରିଛି ଭାରତୀୟ ରେଲୱେ। ନୂଆ ନିୟମ ଲାଗୁ ହୋଇଥିଲେ ମଧ୍ୟ ପୂର୍ବରୁ ବୁକିଂ ହୋଇଥିବା ଆଡଭାନସ ଟିକେଟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ୧୨୦ ଦିନ ପୂର୍ବରୁ ଆଡଭାନ୍ସ ରିଜଭରେସନ ଟିକେଟ ବୁକିଂ ପାଇଁ ଯାତ୍ରୀମାନଙ୍କୁ ବହୁ ଆଗୁଆ ଭ୍ରମଣ ପ୍ଲାନ କରିବାକୁ ପଡୁଛି ।

Advertisement

ତେବେ ବିଭିନ୍ନ ସମୟରେ ଟିକେଟ ବୁକିଂ ହୋଇଥିବା ଟ୍ରେନ ଚଳାଚଳ ବାତିଲ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏସବୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ପାଇଁ ଏବେ ଯାତ୍ରାର ୬୦ ଦିନ ପୂର୍ବରୁ ଆଡଭାନ୍ସ ଟିକେଟ ବୁକିଂ ନେଇ ନିୟମ କରାଯାଇଛି। ସେହିପରି ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ ଟ୍ରେନ ଟିକେଟ ବୁକିଂ କରିପାରିବେ।

Leave a Reply

Your email address will not be published. Required fields are marked *