Pratidin TV

Odisha's Digital News Platform

ବ୍ରହ୍ମପୁର ମେୟରଙ୍କୁ ମିଳିଲା ହତ୍ୟା ଧମକ…

1 min read

ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କୁ ମିଳିଛି ହତ୍ୟା ଧମକ । ଥାନାରେ ଏତଲା ଦେଲେ ମେୟର ସଂଘମିତ୍ରା ଦଳେଇ । ତେବେ ମଙ୍ଗଳବାର ରାତିରେ ତାଙ୍କ ମୋବାଇଲ୍କୁ ଏକ ଅଜଣା ନମ୍ବରୁ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଧମକ ଦେଇଥିଲା ।

ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସ ଯାଞ୍ଚ କରିଥିଲା । ଯାହା ପରେ ଉକ୍ତ କଲଟି ପୂର୍ବତନ ନିର୍ବାହୀଯନ୍ତ୍ରୀ ଲଳିତ ମୋହନ ଦାସଙ୍କର ବୋଲି ଜଣା ପଡିଥିଲା । ଯାହା ପରେ ଅଭିଯୋଗ ଆଧାରରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି ପୋଲିସ । ତେବେ ଦୀର୍ଘ ବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । କିଛି ଦିନ ପୂର୍ବରୁ ଲଳିତଙ୍କୁ ଦାୟିତ୍ୱ ମୁକ୍ତ କରଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ଲଳିତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

Advertisement

Leave a Reply

Your email address will not be published. Required fields are marked *