ଛଠ୍ ପୂଜା ପାଇଁ ଦିଲ୍ଲୀରେ ସାର୍ବଜନିକ ଛୁଟି ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
1 min readଛଠ୍ ପୂଜା ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ | ଦିଲ୍ଲୀରେ ଛଠ୍ ପୂଜା ପାଇଁ ନଭେମ୍ବର ୭ରେ ସାର୍ବଜନିକ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି | ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖି ଛଠ୍ ପର୍ବର ସନ୍ଧ୍ୟା ଅର୍ଘ୍ୟ ଦିନ ସାର୍ବଜନିକ ଅବକାଶ ଘୋଷଣା କରିବାକୁ ଅନୁରୋଧ କରିଥିଲେ | ଯାହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି | ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଛୁଟି ତାଲିକାରେ ଛଠ୍ ପର୍ବ ଅନ୍ତର୍ଭୁକ୍ତ ହୋଇଥିଲା |
ତେବେ ଆସନ୍ତା ନଭେମ୍ବର ୭ ତାରିଖରେ ଛଠ୍ ପୂଜା ପାଳନ ହେବାକୁ ଯାଉଛି | ମହାପର୍ବ ୪ ଦିନ ଧରି ପାଳନ କରାଯାଏ | ତୃତୀୟ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ | ଯାହା ଅତି ଗୁରୁତ୍ୱପୂର୍ଣ୍ଣ | ଚଳିତ ବର୍ଷ ଛଠ୍ ପୂଜା ସମୟରେ ନଭେମ୍ବର ୭ରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯିବ ଯାହାକି ପୂର୍ବରୁ ହିଁ ଦିଲ୍ଲୀ ସରକାରଙ୍କ ପ୍ରତିବନ୍ଧିତ ଅବକାଶ ତାଲିକାରେ ଅନ୍ତର୍ଭୁକ୍ତ ରହିଛି | ତେଣୁ ଉପରାଜ୍ୟପାଳ କହିଥିଲେ ‘ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ, ନଭେମ୍ବର ୭ ତାରିଖରେ ସାର୍ବଜନିକ ଛୁଟି ଘୋଷଣା କରାଯାଉ | ‘ ଯାହାକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ |
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସରେ ଏକ ପୋଷ୍ଟ ଜରିଆରେ ଲେଖିଛନ୍ତି, ଛଠ୍ ପର୍ବ ପାଇଁ ନଭେମ୍ବର ୭ ତାରିଖକୁ ଛୁଟି ଘୋଷଣା କରାଯାଇଛି | ଏହି ନିଷ୍ପତ୍ତି ଦ୍ୱାରା ସମସ୍ତ ପୂର୍ବାଞ୍ଚଳ ଭାଈ-ଭଉଣୀ ଛଠ୍ ପର୍ବ ପାଳନ କରିପାରିବେ |