ହୀରା ବ୍ୟବସାୟୀଙ୍କ ପୁଅ ବାହାଘରରେ ଯୋଗଦେଲେ ମୋଦି ..
1 min readହୀରା ବ୍ୟବସାୟୀ ସାଭଜୀ ଢୋଲକିଆଙ୍କ ପୁଅ ଦ୍ରଭ୍ୟ ଢୋଲକିଆଙ୍କ ବିବାହ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୨୮ରେ ଗୁଜୁରାଟ ସୁରଟର ହୀରା ବ୍ୟବସାୟୀ ସାଭଜୀ ଢୋଲକିଆଙ୍କ ପୁଅ ଦ୍ରଭ୍ୟ ଢୋଲକିଆଙ୍କ ବିବାହ ସମାରୋହରେ ସାମିଲ ହୋଇଥିଲେ । ତେବେ ବାହାଘରରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଦ୍ରଭ୍ୟ ଢୋଲକିଆ ଓ ଜାହ୍ନବୀଙ୍କ ବିବାହ ଗୁଜରାଟର ଦୁଧାଲାସ୍ଥିତ ହେତ ନି ହବେଲିରେ ଆୟୋଜିତ ହୋଇଥିଲା ।ଢୋଲକିଆ ପରିବାର ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ନବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଦେଖାଯାଇଛି ।
ଢୋଲକିଆଙ୍କ ଏକମାତ୍ର ପୁଅ ଦ୍ରଭ୍ୟ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ଭରତ ଚାଲୁଦିଆଙ୍କ ଝିଅଙ୍କୁ ବିବାହ କରିଛନ୍ତି । ହରି କ୍ରିଷ୍ଣା ଗ୍ରୁପର ଫାଉଣ୍ଡର ଅଧ୍ୟକ୍ଷ ସାଭଜୀ ଢୋଲକିଆ କହିଛନ୍ତି ଯେ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିବାହରେ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ ।
ଇନଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି, ‘ଆଜି ଯେତେବେଳେ ଦ୍ରଭ୍ୟ ଓ ଜାହ୍ନବୀ ସେମାନଙ୍କ ଜୀବନର ନୂଆ ଯାତ୍ରା ଆରମ୍ଭ କରୁଛନ୍ତି, ଆମେ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ଖୁସିର ମୁହୂର୍ତ୍ତରେ ଆମ ସହିତ ରହିଥିଲେ’ ।
କହି ରଖୁଛୁ, ପ୍ରତିବର୍ଷ ଦୀପାବଳି ଅବସରରେ ନିଜ କର୍ମଚାରୀମାନଙ୍କୁ ଦାମୀ କାର୍, ଘର ଏବଂ ଫିକ୍ସଡ ଡିପୋଜିଟ୍ ସମେତ ଅନନ୍ୟ ଉପହାର ଦେବା ପାଇଁ ସାଭଜୀ ଢୋଲକିଆ ବିଶ୍ୱରେ ଜଣାଶୁଣା ।