ଶୀତ ଦିନ ଆରମ୍ଭରୁ ଭିଜାଇଲାଣି ବର୍ଷା, କେବେଠୁ ହେବ ଥଣ୍ଡା ଅନୁଭୂତ
1 min readସାଧାରଣତଃ ଦୀପାବଳୀ ଆଖପାଖରେ ଥଣ୍ଡା ଅନୁଭୂତ ହୁଏ | କିନ୍ତୁ ଏ ବର୍ଷ ଦୀପାବଳୀ ଶେଷ ହେବ ପରେ ମଧ୍ୟ ଲୋକେ ଶୀତର ପହିଲି ପରସ ଏଯାଏଁ ପାଇପାରିନାହାନ୍ତି | ଏନେଇ ପାଣିପାଗ ବିଭାଗ ଆଗାମୀ ଶୀତ ଋତୁ ସମ୍ପର୍କରେ କୌଣସି ସୂଚନା ନଦେଇ ନଭେମ୍ବରରେ ମଧ୍ୟ ପାଗ ଗରମ ରହିବାର ଆଶଙ୍କା ରହିଛି ବୋଲି କହିଥିଲେ |
ତେବେ ଦଶହରା ବେଳକୁ ଶୀତର ହାଲୁକା ଅନୁଭବ ହୋଇଥାଏ | କିନ୍ତୁ ଏବେ ଦଶହରା ସରି କଲି ପୂଜା ଶେଷ ହେଲାଣି କିନ୍ତୁ ଶୀତ ରାଜ୍ୟରେ ଅନୁଭବ ହୋଇନାହିଁ | ଚଳିତ ନଭେମ୍ବରରେ ମଧ୍ୟ ଶୀତ ଅନୁଭବ ହେବ ନାହିଁ | ଏବର୍ଷ ଗରମ ବିଦାୟ ନେଉନାହିଁ | ଶୀତ ହଜିଯାଇଛି, ମଝିରେ ମଝିରେ ମାଡି ଆସୁଛି ଅଦିନିଆ ବର୍ଷା |
ନଭେମ୍ବର ମାସ ମଧ୍ୟ ଏହିପରି ଅସ୍ଵାଭାବିକ ପାଣିପାଗ ଲୋକଙ୍କୁ ଅସ୍ତବ୍ୟସ୍ତ କରାଇ ପାରେ | ତେବେ ଭାରତୀୟ ପାଣିପାଗ ବିଭାଗ ନଭେମ୍ବର ମାସକୁ ନେଇ ଯେଉଁ ଆକଳନ କରିଛି ତାହା ଅତ୍ୟନ୍ତ ଚିନ୍ତାଜନକ ଅଟେ | ଆକଳନ ଅନୁଯାୟୀ, ସ୍ୱାଭାବିକ ଠାରୁ ଅଧିକ ଗରମ ହେବାର ସମ୍ଭାବନା ରହିଛି | ଓଡିଶାରେ ଯେତିକି ବର୍ଷା ହେବା ଉଚିତ ତାହା ଠାରୁ ଅଧିକ ହୋଇପାରେ | ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବା ସମ୍ଭାବନା ଅଛି |