Pratidin TV

Odisha's Digital News Platform

ଇତିହାସ ରଚିତା ଫିଲ୍ମ RRR : ବିଶ୍ୱ ଦରବାରରେ ଜିତିଲା ‘ବେଷ୍ଟ ଅରିଜିନାଲ ସଙ୍ଗ୍ ଆୱାଡ୍ ’

1 min read

ମୁମ୍ବାଇ : ହଲିଉଡ୍‌ରେ ଭାରତୀୟ ଫିଲ୍ମ ଆରଆରଆର ଦେଖାଇଲା ଜଲୱା ।ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ଏସ୍‌.ଏସ୍ ରାଜମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବିଶ୍ୱ ସ୍ତରରେ ୧୨୦୦ କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ବିଶ୍ୱ ଦରବାରରେ ଏହି ଫିଲ୍ମର ‘ନାଟୁ ନାଟୁ ’ ଗୀତଟି ଗୋଲ୍‌ଡେନ ଗ୍ଲୋବସ୍ ଆୱାଡ୍ ଜିତିଛି । ତେବେ ଏହି ଗୀତଟି ବର୍ତ୍ତମାନ ଟ୍ରେଡିଙ୍ଗ୍ ସହ ‘ବେଷ୍ଟ ଅରଜିନାଲ ସଙ୍ଗ୍ ’ କାଟାଗୋରୀରେ ଏକାଧିକ ଗୀତଗୁଡିକୁ ପଛରେ ପକାଇଦେଇଛି ।

ଜୁନିଅର ଏନଟିଆର ଓ ରାମଚରଣଙ୍କ ଅଭିନୀତ ଏହି ଗୀତଟି ବର୍ତ୍ତମାନ ବିଶ୍ୱ ଦରରବାରରେ ସମ୍ମାନିତ ହୋଇଛି । ତେବେ ନାଟୁ ନାଟୁ ଗୀତଟି ଦୁଇଟି କାଟାଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ନମିନେଟ୍ ହୋଇଥିଲା। ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍ଚର ପାଇଁ ନମିନେଟ୍ କରାଯାଇଥିଲା।

ସେହିଭଳି ଆରଆରଆର ର ନାଟୁନାଟୁ ସଙ୍ଗ୍ ୨୦୨୨ରେ ସବୁଠୁ ଆଗ ହିଟ୍ ଟ୍ର୍ରାକ୍ସରେ ପ୍ରଥମ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଗୀତକୁ ହିଟ୍ ଟ୍ରାକ୍ସରୁ ରିପ୍ଲେସକରିପାରିନାହିଁ କୌଣସି ଗୀତ । ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି।
ଏହି ପୁରସ୍କାର ଗ୍ରହଣ କରିବା ପାଇଁ ନିର୍ଦେଶକ ଏସ୍. ଏସ୍. ରାଜାମୌଲୀ ଏବଂ ଅଭିନେତା ଜୁନିୟର୍ ଏନ୍ଟିଆର୍ ଓ ରାମ ଚରଣ ଙ୍କ ସହ ସମସ୍ତଙ୍କ ପରିବାର କାଲିଫର୍ଣ୍ଣିଆ ଗସ୍ତ କରିଥିଲେ। ସେଠରେ ଆୟୋଜିତ ‘ଦି ଗୋଲ୍ଡେନ୍ ଗ୍ଲୋବ୍ସ୍ ୨୦୨୩’ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ୱବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଥିଲେ।

ଆପଣମାନଙ୍କ ଜାଣିବା ଲାଗି କହିରଖୁଛୁ ଯେ ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର ଓଷ୍ଟାର ଦୌଡରେ ମଧ୍ୟ ସାମିଲ ଅଛି । ଖାଲି ଆରଆରଆର ନୁହେଁ ବରଂ ଭାରତୀୟ ଫିଲ୍ମ କାନ୍ତାରା ଏବଂ କଶ୍ମିର ଫାଇଲ୍ସ ମଧ୍ୟ ଏହି ଦୌଡରେ ସାମିଲ ଅଛି ।
ଏଭଳି ଏକ ଖୁସିର ମୁହୁର୍ତ୍ତକୁ ପ୍ରଶଂସକଙ୍କ ପାଖରେ ପହଞ୍ଚାଇବା ପାଇଁ ରାମଚରଣ ଏବଂ ଜୁନିୟର ଏନଟିଆର ନିଜ ସୋସିଆଲ ମିଡିଆରେ ଆୱାଡ୍ ଜିତିବାର ଖୁସିକୁ ସେୟାର କରିଥିଲେ । ମାନେ ସେହି ସମୟରେ ଫଟୋଗୁଡିକ ସେୟାର କରିଥିଲେ । ଏହା ସହ ଆଲିଆ ମଦ୍ୟ ନିଜ ବ୍ୟାକ୍ତଗତ କାରଣରୁ ସେଠାକୁ ଯାଇପାରିନଥିବା ବେଳେ , ନିଜ ଇଷ୍ଟାଗ୍ରାମରେ ନାଟୁନାଟୁର ଆୱାଡ ଜିତିବା ମୁହୁର୍ତ୍ତର ଫଟୋ ସେୟାର କରି ହାର୍ଟ ଇମୋଜି ଦେଇଥିଲେ ।

ତେବେ ଏହି ଆରଆରଆର ଫିଲ୍ମଟି ଏକ କାଳ୍ପନିକ କାହାଣୀ ଉପରେ ପର୍ଯ୍ୟବେସିତ ଥିଲା । ଯେଉଁଥରେ ୨ ବାହାଦୁର କ୍ରାନ୍ତିକାରୀଉପରେ ଆଧାରିତ । ୧୯୨୦ ଦଶକରେ ସୀତାରାମ ରାଜୁୁ ଏବଂ କୋମାରାମ ଭୀମ ଭଳି ଦୁଇ ଭାରତୀୟ କ୍ରାନ୍ତିବୀରଙ୍କ ଲଢେଇକୁ ନେଇ ପୁରା ଫିଲ୍ମଟି । ଏଥିରେ ଆଲିଅ ଭଟ୍ଟ ଏବଂ ଅଜୟ ଦେଓଗନ ମଧ୍ୟ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *