Pratidin TV

Odisha's Digital News Platform

ସରକାରଙ୍କ ଯୋଜନା ‘ୱାନ ନେସନ, ୱାନ ଇଲେକ୍ସନ’କୁ ବିରୋଧ କଲେ ଥାଲାପତି ବିଜୟ

1 min read

ରାଜନୀତିରେ ଏଣ୍ଟ୍ରି ମାରୁ ମାରୁ ମୋଦି ସରକାରଙ୍କ ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ମୋଦି ସରକାରଙ୍କ ‘ୱାନ ନେସନ୍-ୱାନ ଇଲେକ୍ସନ’ ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି।

ସୂଚନା ଅନୁଯାୟୀ, କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତି ହୋଇଛି । ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛନ୍ତି ବିଜୟ । ଏତିକି ନୁହେଁ, ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ।

Advertisement

ତେବେ କେବଳ ଶାସକ ବିଜେପି ନୁହେଁ, ବିଜୟଙ୍କ ଦଳ ଟିଭିକେ ଟାର୍ଗେଟରେ ରାଜ୍ୟର ଡିଏମକେ ସରକାର ବି ରହିଛି। ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଚେଷ୍ଟା କରୁନଥିବା କହିଛନ୍ତି ବିଜୟ। ଏଥିପାଇଁ ସେ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଏହା ସହିତ ତାମିଲନାଡ଼ୁର ଶାସକ ଡିଏମକେ ଦଳ କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଛନ୍ତି ବିଜୟ।

Leave a Reply

Your email address will not be published. Required fields are marked *