ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂକୁ ଗୋବର ମାଡ , କ୍ଷୀରରେ ଅଭିଷେକ କଲେ ବିଜେପି ନେତା ।
1 min readଝରୀଗାଁ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋକୁ କ୍ଷୀରରେ ଧୋଇଲେ ବିଜେପି ନେତା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଦଣ୍ଡାମୁଣ୍ଡା ଛକରେ ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ହୋର୍ଡିଂ ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଚିତ୍ର ଉପରେ ଗୋବର ଫିଙ୍ଗିବା ଘଟଣା ପରେ ଏଭଳି କ୍ଷୀରାଭିଷେକ ଘଟଣା ସାମ୍ନାକୁ ଆସିଛି ।
ଖୋଦ ବିଜେଡି ଜିଲ୍ଲା ସଭାପତିଙ୍କ ଗାଁ ଛକରେ ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ପୋଷ୍ଟର ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ରରେ ଗକାଲି ଗୋବର ମାଡ ହୋଇଥିଲା । ଏହା ଦେଖିବା ପରେ ବିଜେପି ର ବରିଷ୍ଠ ନେତା ଗୋବିନ୍ଦ ଜୈନଙ୍କ ଉପସ୍ଥିତି ରେ ବିଧାୟକ ଙ୍କ ପ୍ରତିନିଧି ତଥା ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ, ସମିତ ସଭ୍ୟ ପୌରଷ ମାଝୀ, ମାଲଗାଁ ମଣ୍ଡଳ ଉପସଭାପତି ଶ୍ୟାମ ମାଝୀ ପ୍ରମୁଖ ପାଣି ରେ ସଫା କରିବା ପରେ କ୍ଷୀର ରେ ଧୋଇଥିଲେ।
ପ୍ରକାଶ ଥାଉକି ରାଜ୍ୟରେ ବିଜେଡି ସରକାର ହଟି ବିଜେପି ସରକାର ଗଠନ ହେବା ପରେ ରାଜ୍ୟର ସମସ୍ତ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହୋଡିଂ ବାହାର କରି ଉକ୍ତ ସ୍ଥାନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ହୋଡିଂ ଲଗା ଯାଉଛି। ଏହି କ୍ରମରେ ଚନ୍ଦାହାଣ୍ଡି ବ୍ଲକ ର ସମସ୍ତ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ଵ ରେ ନୂତନ ହୋଡିଂ ଲଗା ଯାଉଛି। ତେବେ ଦଣ୍ଡାମୁଣ୍ଡା ଛକ ରେ ହୋଡିଂ ଉପରେ କିଏ ଏବଂ କେଉଁ ଉଦ୍ଦେଶ୍ୟ ରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଫୋଟୋ ଉପରେ ଗୋବର ମାଡ କରିଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।