ପ୍ରଚାରରେ ଲାଗିଲା ବ୍ରେକ; କାଲି ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ , କାହାର ହେବ ହ୍ୱାଇଟ ହାଉସ…
1 min readଆସନ୍ତାକାଲି ହେବ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମଧ୍ୟରେ ହେବ କଡ଼ା ମୁକାବିଲା । ଭୋଟରଙ୍କୁ ମନେଇବା ପାଇଁ ଦୁଇ ପ୍ରାର୍ଥୀ ବିଭିନ୍ନ ରାଜ୍ୟରେ ମାରାଥନ୍ ପ୍ରଚାର କରିଛନ୍ତି । ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ । ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହ୍ୟାରିସ୍ ଆମେରିକାର ଲୋକମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
କମ ମୂଲ୍ୟରେ ଲୋକମାନେ ଯେପରି ଚିକିତ୍ସା ସୁବିଧା ପାଇବେ ସେ ନିଶ୍ଚିତ କରିବେ ବୋଲି କହିଛନ୍ତି । ଗାଜାରେ ଯୁଦ୍ଧ ବନ୍ଦ, ପଣବନ୍ଦୀ ମାନଙ୍କୁ ମୁକ୍ତ କରିବା , ପାଲେଷ୍ଟାଇନ୍ ଲୋକମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକ ପାର୍ଟି ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ ମଧ୍ୟ ମାରାଥନ୍ ପ୍ରଚାର କରିଛନ୍ତି । ଜର୍ଜିଆରେ ନିର୍ବାଚନ ପ୍ରଚାର ବେଳେ ୨୦୨୦ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ଏଥର ଲୋକମାନେ ତାଙ୍କ ସପକ୍ଷରେ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି