Pratidin TV

Odisha's Digital News Platform

ସତରେ ବିରାଟ ଜଣେ ରାଜା , ବାପାଙ୍କ ମୃତ୍ୟୁ ଦିନରେ ମ୍ୟାଚ୍ ଖେଳି ଜିତାଇଥିଲେ ଭାରତକୁ ।

1 min read

ହାପିବାର୍ଥ ଡେ କିଙ୍ଗ୍ କୋହଲି । ସତରେ ବିରାଟ୍ ବନିବା ସହଜ ନୁହେଁ । ବିରାଟ ବନିବାକୁ ହେଲେ ତାଙ୍କ ଭଳି ଧର୍ଯ୍ୟ, ଆତ୍ମବିଶ୍ୱାସ, ସାହସ ଆଉ ବିରାଟ ହୃଦୟ ରଖିବାକୁ ପଡିବ । ଆଜି ବିରାଟ ୩୪ ବର୍ଷରେ ପାଦ ଦେଲେ । ଭାରତୀୟ ଦଳର ଏହି ଷ୍ଟାର କ୍ରିକେଟରଙ୍କୁ ବିଶ୍ୱର କୋଣ ଅନୁକୋଣରୁ ଶୁଭେଚ୍ଛା ଛୁଟୁଛି । ଆଜି ବିରାଟଙ୍କ ଜନ୍ମଦିନ ସାରା ବିଶ୍ୱ ପାଳୁଛି । କୋଣ ଅନୁକୋଣରେ ଥିବା ତାଙ୍କ ଫ୍ୟନ୍ସମାନେ କେକ୍ କାଟି ବିରାଟଙ୍କ ବାର୍ଥ ଡେ ସେଲିବ୍ରେଟ କରୁଛନ୍ତି । ତେବେ ଆଜିର ଦିନରେ ବିରାଟଙ୍କ ଜୀବନରେ ଘଟିଥିବା ଏଭଳି ଘଟଣା ବିଷୟରେ ଜଣାଇବୁ ଯାହା ଖୁବ୍ କମ୍ ଲୋକଙ୍କୁ ଜଣା ।

ମାମଲାଟି ୨୦୦୬ ,୧୯ ଡିସେମ୍ବର ଅଟେ । ସେତେବେଳେ କୋହଲିଙ୍କୁ ୧୭ ବର୍ଷ ହୋଇଥିଲା । ଦିଲ୍ଲୀ ଏବଂ କର୍ଣ୍ଣାଟକ ମଧ୍ୟରେ ଘରୋଇ ମ୍ୟାଚ୍ ଦିଲ୍ଲୀ ଫେରୋଜଶା କୋଟଲାରେ ଖେଳାଯାଇଥିଲା । ପ୍ରଥମ ଦିନରେ ବିରାଟ ୪୦ ରନ୍ ସ୍କୋର କରି ଅପରାଜିତ ରହିଥିଲେ । ଠିକ୍ ସେହିଦିନ ରାତିରେ ବିରାଟଙ୍କୁ କଲ୍ ଆସିଥିଲା ତାଙ୍କ ବାପା ପ୍ରେମ କୋହଲିଙ୍କ ମୃତ୍ୟୁ ଖବର । ରାତିରେ ବିରାଟ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ । ଆଉ ଠିକ୍ ତା ପରଦିନ ପୁଣି ପଡିଆକୁ ଫେରିଥିଲେ । ବାପାଙ୍କ ବିୟୋଗର ଦୁଃଖ ଗୋଟେପଟେ ଥିଲା ଆଉ ସାମ୍ନାରେ ମ୍ୟାଚ୍ । କୋହଲି କର୍ଣ୍ଣାଟକ ବିପକ୍ଷରେ ୯୦ ରନର ଇନିଂସ ଖେଳି ଦଳକୁ ଜିତାଇଥିଲେ ।

Advertisement

ଆଉ ସେବେଠୁ ବିରାଟ ଲେଖିଥିଲେ ନିଜ ବିଜୟର ଗାଥା । ଆଉ ପଛକୁ ଫେରିନଥିଲେ ବିରାଟ । ମଡର୍ଣ୍ଣ ଡେ’କ୍ରିକେଟରେ ଯେବେଯେବେ ଟିମ୍ ଇଣ୍ଡିଆ ସଙ୍କଟରେ ଜୁଝିହୁଏ, ଆଉ ପରାଜୟ ମୁହଁରେ ଠିଆ ହେଇଥାଏ । ସେବେ ସେବେ ଟିମ୍ ଇଣ୍ଡିଆର ସଙ୍କଟ ମୋଚକ ହେଇ, କ୍ରିଜରେ ଠିଆ ହେବା ସହ…ଯଦି କେଉଁ ବ୍ୟାଟ୍ସମ୍ୟାନ୍ ସବୁଠୁ ଅଧିକ ଥର ଭାରତକୁ ବିଜୟର ସ୍ୱାଦ ଚଖେଇଛି, ତେବେ ସେ ହେଉଛନ୍ତି ଦ ଗୋଟ୍ ବିରାଟ କୋହଲି । ପାକିସ୍ତାନ ହେଉ କି ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ହେଉ କି ଇଂଲଣ୍ଡ । କ୍ରିକେଟ୍ ପଡିଆରେ ସମସ୍ତଙ୍କ ଉପରେ ଭାରି ପଡିଥାଏ, ଜଣିଏ କ୍ରିକେଟର – ତାଙ୍କର ଗୋଟିଏ ପରେ ଗୋଟିଏ ସ୍ପେଶାଲ ଇଂନିସ୍ ତାଙ୍କୁ ଯେତିକି ରେକର୍ଡ ବୁକରେ ସାମିଲ କରିଥାଏ, ଭାରତକୁ ମଧ୍ୟ ଦେଇଥାଏ, ସେତିକି ସଫଳତା… କିଙ୍ଗ୍ କୋହଲି । ତାଙ୍କର ଗୋଟିଏ ପରେ ଗୋଟିଏ ସ୍ପେଶାଲ ଇଂନିସ୍ ତାଙ୍କୁ ଯେତିକି ରେକର୍ଡ ବୁକରେ ସାମିଲ କରିଥାଏ, ଭାରତକୁ ମଧ୍ୟ ଦେଇଥାଏ, ସେତିକି ସଫଳତା ।

Leave a Reply

Your email address will not be published. Required fields are marked *