ସିଂଘମ ଫିଲ୍ମ ଡାଇଲଗ ମାରି ଯୋଗାଣ ସହାୟକଙ୍କୁ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ …
1 min readଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ବାର୍ଷିକ ବୈଠକ ରେ ଯୋଗ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ମନ୍ତ୍ରୀ । ଏହି ଅବସରରେ ଯୋଗାଣ ମନ୍ତ୍ରୀଙ୍କୁ ସେମାନଙ୍କ ଦାବି ଜଣାଇଥିଲେ ଯୋଗାଣ ସହାୟକ ସଂଘ ।
ସେପଟେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି ସିଂଘମ ଡାଇଲଗ । ଯୋଗାଣ ସହାୟକ ବୈଠକରେ ସହାୟକମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ ସିଂଘମ ଫିଲ୍ମରେ ଡାଇଲଗ ଅଛି ‘ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକେଗା’ । ସେହିଭଳି ‘ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା’ ।
ଏହାସହ ମହାଭାରତ ଭୀଷ୍ମ ସରଶଯ୍ୟା କାହାଣୀ ଶୁଣାଇ ତାଗିଦ ବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଭୀଷ୍ମ ଶରଶଯ୍ୟା ବେଳେ କୃଷ୍ଣ ତାଙ୍କୁ କହିଥିଲେ, ଆପଣ ଯଦିଓ କିଛି କରି ନଥିଲେ କିନ୍ତୁ ଦ୍ରୌପଦୀ ବସ୍ତ୍ର ହରଣବେଳେ ଆପଣ ଦେଖିଥିଲେ । ସେଥିପାଇଁ ଶାସ୍ତି ଭୋଗୁଛନ୍ତି । ତେଣୁ ଅନ୍ୟାୟ କରୁଥିବା ଲୋକ ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର । କହିଲେ ‘ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ଆମେ ଶପଥ ନେଇଛି ଏହି ବିଭାଗକୁ ସ୍ଵଚ୍ଛ କରିବି । ତେଣୁ ଧାନ କିଣାବେଳେ ସହାୟକମାନଙ୍କୁ ସ୍ୱଚ୍ଛତା ରଖିବାକୁ ସହାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।