ଛାତିଥିରାଇଲା କୋରପୁଟ୍ ଘଟଣା ; ସ୍ୱାମୀକୁ ଗଛରେ ବାନ୍ଧି ଆଖି ସାମ୍ନାରେ ସ୍ତ୍ରୀକୁ ନିର୍ମମ ହତ୍ୟା କଲେ ଲୁଟେରା ।
1 min readକୋରାପୁଟ ; ସୀମା ଟପିଲା କୋରାପୁଟ ଘଟଣା । ଥରାଇଲା ଓଡିଶାବାସୀଙ୍କ ଛାତି । ଲୁଟ୍ ପାଇଁ ଦୁର୍ବୃତ୍ତମାନେ କପରି ବୀଭତ୍ସକାଣ୍ଡ ଘଟାଇପାରନ୍ତି ତାହା ଦେଖିବାକୁ ମିଳିଛି କୋରାପୁଟ ନନ୍ଦପୁର ଅଞ୍ଚଳରେ । ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀର ସୁନା ଗହଣା ଲୁଟି ନିର୍ମମ ଭାବେ ହତ୍ୟା ହତ୍ୟା କରାଯାଇଛି । ଏପଟେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଉଦ୍ଦାର କରି ନନ୍ଦପୁର ମେଡିକାଲ ରେ ଭର୍ତି କରାଯାଇଛି ।
ଏଭଳି ଘଟଣା ଘଟିଛି ନନ୍ଦପୁର ଥାନା ଅନ୍ତର୍ଗତ କୁମାର ଗାନ୍ଧଣା ଗ୍ରାମ ପଂଚାୟତ ଅନ୍ତର୍ଗତ ହାରିଆ ମୁଣ୍ଡା ଗ୍ରାମରେ । ସୋମବାର ସକାଳୁ ସୁଭଦ୍ରା ଯୋଜନା ରେ ନିଜ ଆଧାର ଅପଡେଟ କରିବାକୁ ଆଧାର କେନ୍ଦ୍ରକୁ ସ୍ୱାମୀ ସ୍ତ୍ରୀ ଆସିଥିଲେ । ଆଧାର କେନ୍ଦ୍ର ରେ କାମ ସାରି ନିଜ ବାଇକରେ ଘର କୁ ଫେରୁଥୁବା ସମୟରେ ରାସ୍ତା କଡ଼ରେ କିଛି ଯୁବକ ଆଗରୁ ଜଗି ରହିଥିଲେ ସ୍ୱାମୀ ସ୍ତ୍ରୀ ପହଂଚି ବା ମାତ୍ରେ ପଛପଟୁ ଠେଙ୍ଗାରେ ଆଘାତ ଦେଇଥିଲେ । ଠେଙ୍ଗା ଆଘାତରେ ସ୍ୱାମୀ ମହେନ୍ଦ୍ର ଖରା ଗାଡ଼ି ରୁ ଖସିପଡିଥିଲେ । ଗାଡ଼ିରୁ ଉଭୟ ସ୍ୱାମୀ ସ୍ତ୍ରୀ ପଡିଯିବା ପରେ ସ୍ୱାମୀ ଙ୍କୁ ଟେକି ନେଇ ଏକ ନୀଳଗିରି ଗଛ ମୂଳେ ବାନ୍ଧି ଦେଇଥିଲେ । ସେପଟେ ଦୃର୍ବୁତ୍ତ ମାନେ ସ୍ତ୍ରୀ ର ସୁନା ଗହଣା ଲୁଟି ନିର୍ମମ ଭାବେ ହତ୍ୟା କରିଥିଲେ । କିଛି ଘଣ୍ଟା ପରେ ସ୍ୱାମୀ ମହେନ୍ଦ୍ର ଖରା ଙ୍କ ଚେତା ଆସିବା ପରେ ସ୍ୱାମୀ ମହିନ୍ଦ୍ର ପାଟି କରିଥିଲେ ।
ମହିନ୍ଦ୍ର ପାଟି ଶୁଣି ଜଣେ ବାଟଇ ତାଙ୍କ ପାଖକୁ ଯାଇ ତାଙ୍କୁ ଉଦ୍ଦାର କରିଥିଲେ ପରେ ଗ୍ରାମରେ ପହଂଚି ସବୁ ଘଟଣା ବିଷୟ କରିବା ପରେ ଲୋକେ ଆସି ସ୍ତ୍ରୀ ସାବି ଖରାଙ୍କୁ ଖୋଜା ଖୋଜି କରିଥିଲେ । ଏକ ଲଟା ବୁଦାରେ ସ୍ତ୍ରୀ ସାବି ଙ୍କ ମର ଶରୀର ଦେଖି ଗ୍ରାମ ବାସୀ ନନ୍ଦପୁର ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ନନ୍ଦପୁର ପ୍ରବେଶ ନାରୀ ଥାନା ଅଧିକାରୀ ପାଣ୍ଡଵ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏ ଏସ ଆଇ ଗୁପ୍ତେଶ୍ୱର ଗୌଡ଼ ସହ ଏକ ପୁଲିସ ଟିମ ଘଟଣା ସ୍ଥଳ ପହଂଚି ଘଟଣା ର ଅନୁଧ୍ୟାନ କରୁଥିବା ଜଣାଡ଼ିଛି । ସେପଟେ ସ୍ୱାମୀ ମହେନ୍ଦ୍ର କୁ ନନ୍ଦପୁର ମେଡିକାଲ ରେ ଭର୍ତି କରା ଯାଇଥିବା ବେଳେ ନିଜ ଛାତିର ଯନ୍ତ୍ରଣାକୁ ସହ୍ୟ କରିପାରୁନାହନ୍ତି ସେ । ଆଖି ସାମ୍ନାରେ ସ୍ତ୍ରୀର ମୃତ ଶରୀର ଦେଖି ଛାତିପିଟି କାନ୍ଧୁଛୁି ଅସହ୍ୟ ସ୍ୱାମୀ ମହେନ୍ଦ୍ର । ତେବେ ସମୃକ୍ତ ହତ୍ୟା କେବଳ ଲୁଟ୍ ପାଇଁ କରାଯାଇଛି ନା ଏସବୁ ପଛରେ ଆଉ କିଛି ସତ୍ୟତା ଲୁଚି ରହିଛି । ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।