ଭେଣ୍ଟିଲେଟର୍ରେ ଗାୟିକା ଶାରଦା ସିହ୍ନା,ଖବର ଶୁଣି ପୁଅକୁ ଫୋନ କଲେ ମୋଦି..
1 min readବିଗିଡ଼ିବାରେ ଲାଗିଛି ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ସ୍ୱାସ୍ଥ୍ୟବସ୍ଥା । ଏବେ ସେ ହସ୍ପିଟାଲ୍ରେ ଭେଣ୍ଟିଲେଟର୍ରେ ରହିଛନ୍ତି । ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍ କରିଥିବା ଲୋକ ଗାୟିକଙ୍କ ପୁଅ ଅଂଶୁମାନ ସିହ୍ନା ଏହି ସୂଚନା ଦେଇଛନ୍ତି। ତାଙ୍କ ମା’ ଭେଣ୍ଟିଲେଟରରେ ଥିବା ସେ କହିଛନ୍ତି।
ଲୋକଙ୍କୁ ନିବେଦନ କରି ଅଂଶୁମାନ କହିଛନ୍ତି, ଏକ ବଡ ଯୁଦ୍ଧ ମୋ ମା’ ଲଢୁଛନ୍ତି ଏବଂ ଏହା କଷ୍ଟସାଧ୍ୟ, ବହୁତ କଷ୍ଟକର। କେବଳ ପ୍ରାର୍ଥନା କରନ୍ତୁ ଯେ ସେ ଯୁଦ୍ଧରୁ ବାହାରି ପାରିବେ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କ ସହ ଫୋନରେ କଥା ହୋଇଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଗାୟିକା ଶାରଦା ସିହ୍ନାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ତାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କୁ ଫୋନ କରିଥିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ସମସ୍ତ ସାହାଯ୍ୟ ନିଶ୍ଚିତ କରିଥିଲେ।
ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ଶାରଦା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ୧୯୮୦ରେ ଅଲ ଇଣ୍ଡିଆ ରେଡିଓ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।