ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଦେଇଥିଲେ ହତ୍ୟା ଧମକ, ଏହି କାରଣ ପାଇଁ ମହିଳାଙ୍କୁ ଛାଡିଦେଲା ପୋଲିସ…
1 min readମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇ ଗିରଫ ହେଇଥିବା ମହିଳାଙ୍କୁ ପୋଲିସ ଛାଡିଦେଇଛି । ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ମୁମ୍ବାଇ ପୋଲିସ ନିୟନ୍ତ୍ରଣ କକ୍ଷ ଦ୍ୱାରା ଏକ ଧମକପୂର୍ଣ୍ଣ ମେସେଜ୍ ଗ୍ରହଣ କରିଥିଲା। ସେବେଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ମୋଡରେ ରହିଥିଲେ । ଧମକ ଦେଇଥିବା ମହିଳାଙ୍କୁ ଚିହ୍ନଟ କରି ଗିରଫ କରି ପଚରାଉଚରା ଆରମ୍ଭ କରିଥିଲା ମୁମ୍ବାଇ ପୋଲିସ।ପରେ ଗିରଫ ହୋଇଥିବା ମହିଳାଙ୍କୁ ଛାଡିଦେଇଛି ।ଅଭିଯୁକ୍ତ ଫାତିମା ଖାନଙ୍କୁ ଉଲହାସନଗର ପୋଲିସ ସହ ମିଳିତ ଅପରେସନରେ ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) ଗିରଫ କରିଛି ବୋଲି ଜଣେ ଅଧିକାରୀ ସୋମବାର କହିଛନ୍ତି। ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଅଣାଯାଇଥିଲା ଏବଂ ପରେ ରବିବାର ତାଙ୍କୁ ମୁକ୍ତ କରାଯାଇଥିଲା।
ସୂଚନା ଥାଉ କି ରବିବାର ସକାଳେ ଖବର ଆସିଲା ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବାବା ସିଦ୍ଦିକିଙ୍କ ଭଳି ହତ୍ୟା ଧମକ ଦିଆଯାଉଛି। ଯେଉଁଥିରେ ଲେଖାଥିଲା ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନରେ ଇସ୍ତଫା ନଦିଅନ୍ତି, ତେବେ ଆମେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରିବୁ।
ଧମକ ଦେଇଥିବା ମହିଳା ଜଣକ ଫାତିମା ଖାନ ବୋଲି ଜଣାପଡିଛି। ମହିଳା ଶିକ୍ଷିତ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ବିଏସସି କରିଛନ୍ତି। ଫାତିମା ତାଙ୍କ ପରିବାର ସହିତ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହସନଗର ଅଞ୍ଚଳରେ ରୁହନ୍ତି। ଅଧିକାରୀ କହିଛନ୍ତି ଯେ ତାଙ୍କ ପିତା କାଠ ବ୍ୟବସାୟ କରନ୍ତି। ପୋଲିସର କହିବାନୁସାରେ, ମହିଳା ଜଣକ ଭଲ ଶିକ୍ଷିତ, କିନ୍ତୁ ମାନସିକ ସ୍ତରରେ ଅସ୍ଥିର।ନିୟମ ଅନୁଯାୟୀ ତାଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଅଣାଯାଇ ପଚରାଉଚରା କରାଯାଇଥିଲା ଏବଂ ପରେ ୱର୍ଲି ପୋଲିସକୁ ସୂଚନା ଦିଆଯାଇଥିଲା। ୱର୍ଲି ପୋଲିସ ଫତିମାଙ୍କୁ ମୁମ୍ବାଇ ଆଣିଥିଲା କାରଣ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବାରୁ ତାଙ୍କୁ ଗିରଫ କରାଯାଇ ନାହିଁ।ପଚରା ଉଚରା କରି ଛାଡିଦେଇଛି ।