ଭୁଲ ତଥ୍ୟ ଦେଉଛି wikipedia , କେନ୍ଦ୍ର ସରକାର ଜାରିକଲେ ନୋଟିସ୍ ।
1 min readwikipedia ପ୍ଲାଟଫର୍ମରେ ପକ୍ଷପାତିତା ଏବଂ ଭୁଲ ବିଷୟରେ ଏକାଧିକ ଅଭିଯୋଗ ଉପରେ କେନ୍ଦ୍ର ମଙ୍ଗଳବାର ଉଇକିପିଡ଼ିଆକୁ ନୋଟିସ ଜାରିକରିଛିା ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆକୁ ଲେଖିଥିବା ଏକ ପତ୍ରରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କ ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ମହତ୍ୱପୂର୍ଣ୍ଣ ନିୟନ୍ତ୍ରଣ କରୁଥିବା ଜଣାପଡିଛି ଏବଂ ଏହାର ନିରପେକ୍ଷତା ଉପରେ ପ୍ରଭାବ ପକାଇବ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି।
ସୂତ୍ର ଅନୁଯାୟୀ ସରକାର ଉଇକିପିଡିଆକୁ ଏକ ଚିଠି ପଠାଇ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।
ଅନ୍ଲାଇନ୍ ଏନସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା wikipedia ହେଉଛି ଏକ ମାଗଣା ପ୍ଲାଟଫର୍ମ ଯେଉଁଠାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ତଥ୍ୟ ତଥା ସୂଚନା ହାସଲ କରିପାରିବେ। ଉଇକିପିଡ଼ିଆ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ।
wikipediaକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ। ୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା wikipedia ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ wikipedia ଆରମ୍ଭ ହୋଇଥିଲା।