Pratidin TV

Odisha's Digital News Platform

ପୁଣିଥରେ ଫେରିବେ କୁନି ଧାବକ ବୁଦ୍ଧିଆ ସିଂ ,କରିବେ କୋଚ ବିରଞ୍ଚିଙ୍କ ସ୍ଵପ୍ନ ପୂରଣ…

1 min read

୨୦୦୬ରେ ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ପୁରୀରୁ ଭୁବନେଶ୍ୱର ମଧ୍ୟରେ ୬୫ କିମିର ରେସ୍ ପୂରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଯେଉଁଥିରେ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ମଧ୍ୟ ସ୍ଥାନ ପାଇଥିଲେ । ସେତେବେଳେ ବୁଦ୍ଧିଆଙ୍କୁ ପରବର୍ତ୍ତୀ ମିଲଖା ସିଂହ କୁହାଯାଉଥିଲା ଏବଂ ଦେଶ ପାଇଁ ବଡ଼ ଇଭେଣ୍ଟରେ ପଦକ ଜିତିବେ ବୋଲି ସମସ୍ତେ ଆଶାୟୀ ଥିଲେ । କିନ୍ତୁ ଆଜି ସେ କେଉଁଠି ଅଛନ୍ତି..? କ’ଣ କରୁଛନ୍ତି..? ତାହାର ଖବର ସମସ୍ତଙ୍କୁ ଅଜଣା । ହେଲେ ଏବେ ପୁଣି ଥରେ ଟ୍ରାକ କୁ ଫେରିବା ପାଇଁ ବିସ୍ମୟ ଧାବକ ବୁଦ୍ଧିଆ ସିଂହ ପ୍ରସ୍ତୁତ ହେଉଛନ୍ତି।ଏବେ ସେ ଓଡ଼ିଶା ଛାଡ଼ି ପ୍ରଥମେ ଦିଲ୍ଲୀ ଓ ବର୍ତ୍ତମାନ ରାଜସ୍ଥାନର ହନୁମାନଗଡ଼ରେ ରହି ମାରାଥନ୍‌ ଅଭ୍ୟାସ କରୁଛନ୍ତି। ଆଗକୁ ୧୦ କିଲୋମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ କରିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ସେ ଏନେଇ ଗଣମାଧ୍ୟମ ସାକ୍ଷାତକାର ରେ ସୂଚନା ଦେଇଛନ୍ତି ।

ପୁଣି ଥରେ ସେ ନୂଆ ନୂଆ କୀର୍ତ୍ତିମାନ କରି ସମସ୍ତଙ୍କୁ ଚକିତ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପିଲାଦିନର କଥା ଏବେ ସେତେଟା ମନେ ପଡ଼ୁନାହିଁ ବୋଲି ସେ ସ୍ବୀକାର କରିଛନ୍ତି। କିନ୍ତୁ ଭୁବନେଶ୍ବର-ପୁରୀ ଦୌଡ଼ର କିଛି କଥା ଓ କୋଚ୍‌ ବିରଞ୍ଚି ଦାସଙ୍କ ସହିତ ବିତିଥିବା କିଛି ମୁହୂର୍ତ୍ତକୁ ମନେ ପକାଇପାରୁଛନ୍ତି।

Advertisement

କ୍ରୀଡ଼ା ଛାତ୍ରାବାସରେ ରହୁଥିବା ବେଳେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲେ ସେ ଏତେ‌ବେଳକୁ ଆହୁରି ଉନ୍ନତ ପ୍ରଦର୍ଶନ ଦେଇପାରିଥାନ୍ତେ। ହେଲେ ସେତେବେଳେ ତାଙ୍କୁ ଅବହେଳା କରାଯାଇଥିଲା। ପାଠପଢ଼ା ଶେଷ ପରେ ଦିଲ୍ଲୀ ଜେଏନ୍‌ୟୁରେ ଅଭ୍ୟାସ କରିବା ବେଳେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସୁନିତା ଗୋଦରାଙ୍କ ପାଖରେ ପ୍ରଶିକ୍ଷଣ ନେବା ପରେ ଭଲ ପ୍ରଶିକ୍ଷକ ଖୋଜିବାକୁ ଦୁଇ ବର୍ଷ ସମୟ ଲାଗିଯାଇଥିଲା। ଏବେ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ଆର୍‌ଡି ସିଂହଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି। ଦିନକୁ ପାଖାପାଖି ୬ ଘଣ୍ଟା ପରିଶ୍ରମ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବୁଦ୍ଧିଆଙ୍କୁ ପିଲାଦିନେ ୮୦୦ ଟଙ୍କାରେ ବିକ୍ରି କରିବାକୁ ପ୍ରୟାସ କରାଯିବା ବିଷୟ ଉପରୁ ପରଦା ଉଠାଇଛନ୍ତି। ଏହା ସତ ନୁହେଁ, ବରଂ ଗଣମାଧ୍ୟମ ଆଗରେ ତାଙ୍କୁ ଏପରି କହିବା ପାଇଁ ବାଧ୍ୟ କରାଯାଇଥିଲା ବୋଲି ମା’ ମୋତେ ସ୍ପଷ୍ଟ କରିଥିଲେ।

୨୦୦୨ରେ ବୁଦ୍ଧିଆଙ୍କ ଜନ୍ମ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମା’ ସୁକାନ୍ତି ବୁଦ୍ଧିଆକୁ ଏକ ଫେରିବାଲାକୁ ୮୦୦ ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି କୁହାଯାଏ । ହେଲେ ପରେ ଆସୋସିଏସନର ସହାୟତାରେ ବୁଦ୍ଧିଆ ପୁଣିଥରେ ନିଜ ଘରକୁ ଫେରିଥିଲା। ବୁଦ୍ଧିଆର ଦୌଡ଼ିବାର କାହାଣୀ ମଧ୍ୟ ବେଶ୍ ରୋଚକ। ସ୍ଥାନୀୟ ଜୁଡୋ ପ୍ରଶିକ୍ଷକ ବିରଞ୍ଚି ଦାସ ବୁଦ୍ଧିଆକୁ ଦଣ୍ଡ ଆକାରରେ ଦୌଡ଼ିବାକୁ କହିଥିଲେ। କିନ୍ତୁ ୫ ଘଣ୍ଟା ପରେ ବିରଞ୍ଚି ଦେଖିବାକୁ ପାଇଲେ ଯେ ବୁଦ୍ଧିଆ ଦୌଡ଼ିବା ଜାରି ରଖିଛି। ଏହା ଦେଖି କୋଚ୍ ସ୍ତବ୍ଧ ହୋଇଯାଇଥିଲେ। ଏହା ପରେ ବୁଦ୍ଧିଆ ୬୫ କିଲୋମିଟର୍ ରେସ୍ ପୂରଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଉଲ୍ଲେଖ କରିଥିଲେ। କିନ୍ତୁ ଏହି ସମୟରେ ବିରଞ୍ଚିଙ୍କ ଉପରେ ଶିଶୁମାନଙ୍କୁ ଶୋଷଣ କରିବାର ଅଭିଯୋଗ ଲଗାଯାଇଥିଲା ଏବଂ ୨୦୦୭ରେ ସରକାର ବୁଦ୍ଧିଆକୁ ସ୍ପୋର୍ଟ୍ସ ହଷ୍ଟେଲକୁ ପଠାଇ ଦେଇଥିଲେ। ୨୦୦୭ରେ ବିରଞ୍ଚି ଦାସଙ୍କୁ ହତ୍ୟା କରାଯାଇଥିଲା।

Leave a Reply

Your email address will not be published. Required fields are marked *