ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ..
1 min readପଦ୍ମ ଧରିଲେ ସୁନନ୍ଦା। ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ନିଜ ସମର୍ଥକଙ୍କ ଗହଣରେ ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁନନ୍ଦା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିିତିରେ ସାମିଲ ହୋଇଥିବା ସୂଚନା ମିଳିଛି।
ସୁନନ୍ଦା ୨୦୧୯ ମସିହାରୁ ୨୦୨୪ ପର୍ଯ୍ୟନ୍ତ ବରୀରୁ ବିଧାୟିକା ହୋଇଥିଲେ। ୨୦୨୪ ନିର୍ବାଚନରେ ସୁନନ୍ଦାଙ୍କୁ ବିଜେଡିରୁ ଟିକେଟ୍ ମିଳିନଥିଲା। ଅକ୍ଟୋବର ୨୯ ତାରିଖରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ଦାସ।।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ। ଏହା ପରେ ସେ ବିଜେଡି ପରାଜୟକୁ ନେଇ କଡା ପ୍ରତିକ୍ରିୟା ରଖିଥିଲେ।