କେନ୍ଦୁଝର ରାଗିଂ ଘଟଣା ; ୪ ଛାତ୍ର ବର୍ଷେ ପାଇଁ କଲେଜରୁ ନିଲମ୍ବିତ ।
1 min readକେନ୍ଦୁଝର ସରକାରୀ ଡ଼ିଗ୍ରୀ ଇଞ୍ଜିନୟରିଙ୍ଗ୍ କଲେଜରେ ରାଗିଂ ଘଟଣାରେ ତୁରନ୍ତ ଆକ୍ସନ । ସିନିୟର୍ ଛାତ୍ରଙ୍କ ମାଡ଼ରେ ୨ୟ ବର୍ଷ ମାଇନିଂ ଛାତ୍ର ବିଶ୍ୱଜିତ ବେହେରା ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ । ତେବେ ସମୃକ୍ତ ଘଟଣାରେ ସାମିଲ ଥିବା ୫ଜଣ ସିନିୟରଙ୍କ ମଧ୍ୟରୁ ୪ ଜଣଙ୍କୁ ର୍ଷେ ପାଇଁ କଲେଜରୁ ନିଲମ୍ବିତ କରାଯାଇଛି । ଅନ୍ୟ ଜଣେ ପୂର୍ବରୁ ନିଲମ୍ବିତ ହୋଇଥିଲେ । ୫ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଆଣି ଥାନାର ଜିମା ଦେଇଛନ୍ତି ।
ଘଟଣାଟି ଏମିତି ଥିଲା କି ଗତକାଲି ରାତି ୨ ଟା ୪୫ ସମୟରେ ୫ ଜଣ ସିନିଅର ଛାତ୍ର ମୋହିତ ପାତ୍ର , ସାଫଲ୍ୟ ମଲ୍ଲୀକ,କୁସୁମ ଦାସଦା ,ବାବୁ ଦାଶ ଓ ଶେଖର ବିଶ୍ୱଜିତ ରହୁଥିବା ହଷ୍ଟେଲ ରୁମ୍ କବାଟ ଭାଙ୍ଗି ପଶିଥିଲେ ଆଉ ବିଶ୍ୱଜିତ କିଛି ବୁଝିବା ଆଗରୁ ସେମାନେ ଲୁହାରଡ଼ ଏବଂ ବାଡ଼ି ରେ ଆକ୍ରମଣ କରିଥିଲେ।
ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।