Pratidin TV

Odisha's Digital News Platform

ଡ୍ରାଇଭିଂ ଲାଇସେନ୍ସ ନିୟମରେ ସୁପ୍ରିମକୋର୍ଟ କଲା ବଡ ପରିବର୍ତ୍ତନ, ମିଳିବ ଏହି ଲାଭ

1 min read

ଏବେ ହାଲୁକା ଯାନ ଡ୍ରାଇଭିଂ ଲାଇସେନ୍ସକାରୀ ମାନେ ଭାରି ପରିବହନ ଯାନ ମଧ୍ୟ ଚାଲିପାରିବେ | ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସମ୍ବିଧାନ ବେଞ୍ଚରେ ଏହି ନିଷ୍ପତ୍ତି ନିଆଯାଇଛି | ତେବେ ଭାରି ଯାନ ଚଳାଇବା ପାଇଁ ଆଉ ଅଲଗା ପ୍ରାଧିକରଣ ଆବଶ୍ୟକ ହେବ ନାହିଁ । କମର୍ସିଆଲ ଭେଇକିଲ ଗାଡିଚାଳକଙ୍କୁ ଆଶ୍ବସ୍ତି ଦେଇ ଆଜି ସୁପ୍ରିମକୋର୍ଟ କିଛି ଏପରି ଶୁଣାଣି କରିଛନ୍ତି ।

ଏନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଦ୍ବାରା ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ପାଖରେ ଲାଇଟ ମୋଟର ଭେଇକିଲ୍(ଏଲଏମଭି) ବା ହାଲୁକା ଯାନ ଚଳାଚଳ ପାଇଁ ଲାଇସେନ୍ସ ରହିଛି, ସେମାନଙ୍କୁ ୭୫୦୦ କେଜି ପର୍ଯ୍ୟନ୍ତ ଭାରୀ ଯାନ ଚଲାଇବା ପାଇଁ ଆଉ ଅଲଗା ଲାଇସେନ୍ସ କରିବାକୁ ପଡିବ ନାହିଁ । ଅର୍ଥାତ୍ ହାଲୁକା ଯାନ ପାଇଁ ଲାଇସେନ୍ସ କରିଥିବା ବ୍ୟକ୍ତି ଜଣଙ୍କ ୭୫୦୦ କେଜି ପର୍ଯ୍ୟନ୍ତ ଭାରୀ ଯାନ ଚଲାଇପାରିବ ।

Advertisement

ଏହାସହିତ ସିଜେଆଇ ଏହି ମାମଲାକୁ ଅଧିକ ମହତ୍ବପୂର୍ଣ୍ଣ କହିଛନ୍ତି କାରଣ, ଏହି ନିଷ୍ପତ୍ତି ଏଲଏଭଭି ଲାଇସେନ୍ସଧାରୀଙ୍କ ଦ୍ବାରା ଚଳାଯାଉଥିବା ପରିବହନ ଯାନ ସହିତ ଜଡିତ ଦୁର୍ଘଟଣା ସମ୍ବଦ୍ଧିତ ବିମା କମ୍ପାନୀଙ୍କୁ ଝଟକା ଲାଗିଛି । ବିଭିନ୍ନ ବୀମା କମ୍ପାନୀ ଦ୍ବାରା ଏହାକୁ ନେଇ ୭୫ରୁ ଅଧିକ ଆବେଦନ ରହିଛି । ତେବେ ଭାରୀ ଯାନ ଦ୍ବାରା ହିଁ କେବଳ ଦୁର୍ଘଟଣା ହୋଇଥାଏ ତାହା ନୁହଁ । ଏଥିପାଇଁ ବୀମା କମ୍ପାନୀ ମାନେ LMV ଲାଇସେନ୍ସଧାରୀ ଚାଳକଙ୍କୁ ଦାୟୀ କରିପାରନ୍ତି ।

Leave a Reply

Your email address will not be published. Required fields are marked *