ଶିମିଳିପାଳ ଆସିବ ଆଉ ଏକ ବାଘୁଣୀ ,ମହାରାଷ୍ଟ୍ର ଗଲା ଟିମ୍ ..
1 min readଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ। ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ଏକ ୧୦ ଜଣିଆ ଟିମ୍ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଛନ୍ତି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଟିମ୍ ମହାରାଷ୍ଟ୍ର ଗସ୍ତ କରିଛି।
ସୂଚନା ଅନୁସାରେ, ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଶିମିଳିପାଳ ଅଣାଯାଇଥିଲା । ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା। ମହାରାଷ୍ଟ୍ରର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଅଣାଯାଇଥିଲା। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ମହାରାଷ୍ଟ୍ରରୁ ଏହାକୁ ଅଣାଯାଇଛି।