ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତି , ସବୁଦିନ ପାଇଁ ବନ୍ଦ ହୋଇଯିବ ଜେଟ୍ ଏୟାରୱେଜ ….
1 min readଏବେ ଇତିହାସ ପାଲଟିବାକୁ ଯାଉଛି ‘ଜେଟ୍ ଏୟାରୱେଜ’। ଶେଷ ହୋଇଯିବ ‘ଜେଟ୍ ଏୟାରୱେଜ’ର ଯାତ୍ରା। ସବୁଦିନ ପାଇଁ ବନ୍ଦ ହୋଇଗଲା ସଙ୍କଟରେ ଜୁଝି ହେଉଥିବା ଏୟାରଲାଇନ ‘ଜେଟ୍ ଏୟାରୱେଜ’।କାରଣ ସୁପ୍ରିମକୋର୍ଟ ଯେଉଁ ନିଷତ୍ତି ଶୁଣାଇଛନ୍ତି, ସେଥିରେ ସରିଯିବ ଜେଟ୍ ଏୟାରୱେଜ’ର ଯାତ୍ରା । ଏବେ ସୁପ୍ରିମକୋର୍ଟ ଏହାର ସମ୍ପତ୍ତି ବିକ୍ରି ପାଇଁ ଆଦେଶ ଦେଇଛନ୍ତି। ଏହାପରେ ଏୟାରଲାଇନର ଅସ୍ତିତ୍ୱ ଏବେ କେବଳ ପୁସ୍ତକରେ ହିଁ ଦେଖାଯିବ।
ଜେଟ୍ ଏୟାରୱେଜର ସମ୍ପତ୍ତି ବିକ୍ରି କରିବାକୁ ସୁପ୍ରିମ୍ କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନିଜର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ବ୍ୟବହାର କରି କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଟ୍ ଏୟାରୱେଜର ସମାଧାନ ଯୋଜନାକୁ ବଜାୟ ରଖିବା ଏବଂ ଏହାର ମାଲିକାନା ଜାଲାନ କାଲରକ୍ କନସୋର୍ଟିୟମ୍ (ଜେକେସି)କୁ ହସ୍ତାନ୍ତର କରିବା ପାଇଁ ଜାତୀୟ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି) ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।
ଖଣ୍ଡପୀଠ ତରଫରୁ ଜଷ୍ଟିସ ପାର୍ଦିୱାଲା ଏନସିଏଲଏଟି ରାୟ ବିରୋଧରେ ଏସବିଆଇ ଏବଂ ଅନ୍ୟ ଋଣଦାତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଜେକେସି ସପକ୍ଷରେ ଜେଟ୍ ଏୟାରୱେଜ୍ ର ରିଜୋଲ୍ୟୁସନ୍ ପ୍ଲାନ୍ କୁ ବଜାୟ ରଖିବା ନିଷ୍ପତ୍ତିକୁ ପିଟିସନ୍ ରେ ବିରୋଧ କରାଯାଇଥିଲା। ଅଦାଲତ କହିଛନ୍ତି ଯେ ଏୟାରଲାଇନ୍ସର ସଂପତ୍ତି ବିକ୍ରି ଋଣଦାତା, ଶ୍ରମିକ ଏବଂ ଅନ୍ୟ ଅଂଶୀଦାରଙ୍କ ସ୍ୱାର୍ଥରେ ଅଟେ । ଲିକ୍ୟୁଡେସନ୍ ପ୍ରକ୍ରିୟାରେ କଂପାନିର ସମ୍ପତ୍ତି ବିକ୍ରି କରି ମିଳିଥିବା ଅର୍ଥରୁ ଋଣ ପରିଶୋଧ କରାଯାଏ। ଏହି ନିଷ୍ପତ୍ତି ପାଇଁ ଖଣ୍ଡପୀଠ ଏନସିଏଲଏଟିକୁ କଡ଼ା ସମାଲୋଚନା କରିଛନ୍ତି।
ପ୍ରକୃତରେ, ଜେଟ୍ ଏୟାରୱେଜକୁ ପୁଣିଥରେ ଆରମ୍ଭ କରିବା ପାଇଁ ଜାଲାନ କଲରକ୍ କନସୋର୍ଟିୟମ୍ (JKC) ଟ୍ରିବ୍ୟୁନାଲ ନିକଟରେ ସମାଧାନ ଯୋଜନା ଉପସ୍ଥାପନ କରିଥିଲା । ଏହି ରିଜୋଲ୍ୟୁସନ ପ୍ଲାନକୁ ବଜାୟ ରଖିବା ଏବଂ ଜେଟ୍ ଏୟାରୱେଜର ମାଲିକାନାକୁ JKCକୁ ହସ୍ତାନ୍ତର କରିବା ପାଇଁ ଟ୍ରିବ୍ୟୁନାଲ ଏକ ନିଷ୍ପତ୍ତି ଶୁଣାଇଥିଲେ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।