ପ୍ରାଣୀ ସମ୍ପଦ ମନ୍ତ୍ରୀ କଲେ ବଡ଼ ଘୋଷଣା ,ରାଜ୍ୟର ପ୍ରମୁଖ ମନ୍ଦିରରେ ବ୍ୟବହାର ହେବ ଓମ୍ଫେଡ ଘିଅ…
1 min readଆଜି ପବିତ୍ର ଗୋପାଷ୍ଟମୀ। ଏହି ଅବସରରେ ବଡ଼ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ରାଜ୍ୟର ପ୍ରସିଦ୍ଧ ଦେବାଳୟ ଗୁଡ଼ିକରେ କେବଳ ଓମ୍ଫେଡ ଘିଅ ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ପୁରୀ ଶ୍ରୀମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହୃତ ହେଉଛି। ରାଜ୍ୟର ପ୍ରସିଦ୍ଧ ଦେବାଳୟ ଗୁଡ଼ିକରେ ବି ଓମ୍ଫେଡ ଘିଅ ବ୍ୟବହୃତ ହେବ। ଗ୍ରାମାଞ୍ଚଳରେ ବି ଓମ୍ଫେଡ ଷ୍ଟଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ପ୍ରତି ବ୍ଲକରେ ୧୪୨୩ କୋଟି ଟଙ୍କା ବ୍ୟୟରେ କାମଧେନୁ ଯୋଜନା ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ । ଗାଈ ବାଚୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ । ଓମ୍ଫେଡ ଗୁଡ଼ିକର ପୁନର୍ଗଠନ କରାଯିବ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଗାଁ ଗହଳିରେ ଓମ୍ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।