ଭାରତର ୫୧ ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ସଞ୍ଜିବ ଖନ୍ନା
1 min readପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ରବିବାର ଦିନ ତଥା ନଭେମ୍ବର ୧0 ତାରିଖ ଦିନ କାର୍ଯ୍ୟକାଳ ଶେଷ ହୋଇଛି | ତେବେ ଆଜି ଭାରତର ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଞ୍ଜିବ ଖନ୍ନା | ଆଜି ତଥା ନଭେମ୍ବର ୧୧ ତାରିଖ ଦିନ ପୂର୍ବାହ୍ନ ୧0ଟା ସମୟରେ ସେ ରାଷ୍ଟ୍ରପତି ଭବନରେ ଗୋପନୀୟତା ଶପଥ ପାଠ କରାଇବେ |
ଜଷ୍ଟିସ ଖନ୍ନା ଜିଲ୍ଲା କୋର୍ଟରେ ଓକିଲ ଭାବରେ ତାଙ୍କର ଅଭ୍ୟାସ ଆରମ୍ଭ କରି ୨0୧୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ନେଇଥିଲେ | ଯେଉଁଥିରେ ସେ ଅନେକ ଐତିହାସିକ ନିଷ୍ପତ୍ତିର ଅଂଶ ବିଶେଷ ଥିଲେ | ଇଭିଏମ, ନିର୍ଵାଚନ ବଣ୍ଡ ସ୍କିମ ରଦ୍ଦ, ଧାରା ୩୭0 ହଟାଇବା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ମଧ୍ୟକାଳୀନ ଜାମିନ ଭଳି ନିଷ୍ପତି ଅନ୍ତର୍ଭୁକ୍ତ |
ଜଷ୍ଟିସ ସଞ୍ଜିବ ଖନ୍ନା ୧୯୬0 ମସିହା ନଭେମ୍ଭର ୧୪ ତାରିଖ ରେ ଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ବାପା ମଧ୍ୟ ହାଇକୋର୍ଟର ବିଚାରପତି ଥିଲେ | ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ରଣତାଙ୍କ ଡିଗ୍ରୀ ହାସଲ କରି ପରେ ସେଠାରେ ଆଇନ କେନ୍ଦ୍ରରୁ ଆଇନ ଡିଗ୍ରୀ ହାସଲ କରିଥିଲେ | ପ୍ରଥମେ ସେ ଦିଲ୍ଲୀର ହାଇକୋର୍ଟ ବିଚାରପତି ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପରେ ସୁପ୍ରିମକୋର୍ଟର ଜଣେ ଵିଚପଟୀ ଭାବେ ନିଯୁକ୍ତି ହୋଇଥିଲେ |