Pratidin TV

Odisha's Digital News Platform

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!କହିଲେ ଏବେ ବି ଆମେ ପରିବାର…

1 min read

ଗଣମାଧ୍ୟମ ରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍‌ ବିବାହ ବିଚ୍ଛେଦ। ତେବେ ଏହି କଳ୍ପନା ଜଳ୍ପନା ହୋଇଯାଇଥିଲା ସତ   ।ଜୁଲାଇ ୧୮ରେ ଦୁହେଁ ଏକ ବିବୃତ୍ତି ଦେଇଥିଲେ ଏବଂ ଛାଡପତ୍ର ଖବରରେ ପୂର୍ଣ୍ଣଚ୍ଛେଦ ପକେଇଥିଲେ।  ତେବେ ବର୍ତ୍ତମାନ ସେ ଭାରତ ଫେରି ପୁଣିଥରେ ଅଭିନୟ ରେ  ସକ୍ରିୟ ହୋଇଛନ୍ତି ନତାଶା  । ଏହି ସମୟରେ ନତାଶା ତାଙ୍କର ଏବଂ ହାର୍ଦ୍ଦିକଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।ସେ ଏକ ବିବୃତ୍ତି ଦେଇଛନ୍ତି ଯାହା ନିଶ୍ଚିତ ଭାବରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବ।

ଅଭିନେତ୍ରୀ କହିଛନ୍ତି-କଥାବାର୍ତ୍ତା ହେଉଛି ଯେ ମୁଁ ସର୍ବିଆକୁ ଫେରିଯାଉଛି, କିନ୍ତୁ ଏହା ସମ୍ଭବ ନୁହେଁ କାରଣ ମୋର ଏକ ଛୋଟ ପିଲା ଅଛି ଯିଏ ଏଠାରୁ ଆସିଛନ୍ତି। ତାଙ୍କ ବିଦ୍ୟାଳୟ ଏଠାରେ ଅଛି, ତେବେ ମୁଁ ତାଙ୍କୁ କିପରି ସଏଠାରୁ ଫେରିବି? ଆମେ ଏପର୍ଯ୍ୟନ୍ତ ଏକ ପରିବାର, ଯାହାର ମୁଖ୍ୟ ସୂତ୍ର ହେଉଛି ଆମ ପୁଅ। ମୋର ଜୀବନରେ ଶାନ୍ତି ଦରକାର ଏବଂ ମୁଁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରେ। ମା’ର ଭଲପାଇବା ସହିତ, ମୁଁ ମଧ୍ୟ ମୋ ପୁଅକୁ ଏହି ସବୁ ଶିକ୍ଷା ଦିଏ।ତେବେ ତାଙ୍କର କଥା ଶୁଣିବା ପରେ ସମସ୍ତେ ଏହା କହିଛନ୍ତି ନିଶ୍ଚିତ ସେମାନେ ଛାଡପତ୍ର ଦେଇଛନ୍ତି ହେଲେ ନିଜ ପୁଅପାଇଁ ଦୁହେଁ ଏକାଠି ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *