ମହାରାଷ୍ଟ୍ର ଖବରକାଗଜରେ ଝଲସିଲା ମୋଦିଙ୍କ ପାୱାରଫୁଲ ନାରା; ବିରୋଧୀଙ୍କୁ କଲେ ଟାର୍ଗେଟ
1 min readମହାରାଷ୍ଟ୍ର ଖବରକାଗଜରେ ଝଲସିଲା ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ | ଏପରି ପାୱାରଫୁଲ ନାରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | କଂଗ୍ରସକୁ କଟାକ୍ଷ କରିବା ପାଇଁ ଏହି ସ୍ଲୋଗାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିଜେପି ଏହାର ବିଧାନସଭା ନିର୍ବାଚନ ପ୍ରଚାରକୁ ବିଜ୍ଞାପନରେ ଦେଇ ନିଜର ପାୱାର ଶୋ କରିଛି | ଯାହା ବିରୋଧୀଙ୍କୁ ଖୋଲା ଚ୍ୟାଲେଜ ଦିଆଯାଇଛି |
ବିଡରେ ଆୟୋଜିତ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗନ୍ ଜରିଆରେ ବିଜେପି ତା’ର ବିଧାନସଭା ନିର୍ବାଚନ ପ୍ରଚାରକୁ ବୃଦ୍ଧି କରିଛି। ମହାରାଷ୍ଟ୍ରର ଖବର କାଗଜରେ ଏହି ସ୍ଲୋଗାନ ସହ ଜଡିତ ଏକ ବିଜ୍ଞାପନ ସୋମବାର ବିଜେପି ପ୍ରକାଶ କରିଛି | ଏହା ମହାରାଷ୍ଟ୍ର ରାଜନୀତି ପ୍ରଚାରକୁ ସରଗରମ କରିଛି | କେବଳ ସ୍ଲୋଗାନ ନୁହେଁ ବିଜ୍ଞାପନରେ ସହଯୋଗୀ ପାର୍ଟନର ଭାବେ ଶିବସେନା ଏବଂ ଏନସିପିର ଲୋଗୋ ମଧ୍ୟ ରହିଛି। ଯେଉଁଥିପାଇଁ କଡା ସମାଲୋଚନ ହୋଇଛି |
ତେବେ କଂଗ୍ରେସ କେବଳ ଜାତି ଜାତି ମଧ୍ୟରେ ଲଢେଇ କରିବାକୁ ଚାହୁଁଛି । ସେମାନେ ଏସସି, ଏସଟି, କିମ୍ବା ଓବିସି ଆଗକୁ ବଢନ୍ତୁ ତାହା ଆଦୌ ଚାହାନ୍ତି ନାହିଁ । ଏଥିଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ,ତେଣୁ ମନେରଖନ୍ତୁ, ‘ଏକ ହେ, ତୋ ସେଫ ହେ’, ଅର୍ଥାତ୍ ଯେପର୍ଯ୍ୟନ୍ତ ଏକାଠି ରହିବା, ସେପର୍ଯ୍ୟନ୍ତ ସୁରକ୍ଷିତ ରହିବା ।