Pratidin TV

Odisha's Digital News Platform

ସି ଏମ୍ ସି ଅଚଳ କରିବାକୁ ଚେତାବନୀ ଦେଲେ ଠିକାଦାର ମାନେ।

1 min read

କଟକ : ସି ଏମ୍ ସି ଅଚଳ କରିବାକୁ ଚେତାବନୀ ଦେଲେ କିଛି ଠିକାଦାର ସଂସ୍ଥା । ସମଗ୍ର ୫୯ ୱାର୍ଡ଼ ରେ ସି ଏମ୍ ସି ର କୌଣସି କାର୍ଯ୍ୟ ହେବନାହିଁ ବୋଲି ଚେତାଇ ଦେଇଛି ଏହି ସଂସ୍ଥା । ଯାହାକୁ ପୂର୍ଣ୍ଣ ସମର୍ଥନ ଦେବ ଠିକାଦାର୍ ଆସୋସିଏସନ୍ । ତେବେ ଗତବର୍ଷ ବାଲିଯାତ୍ରାରେ ଠିକା କାର୍ଯ୍ୟରେ ନିୟୋଜିତ ହୋଇଥିବା ଠିକା ସଂସ୍ଥା ମାନେ ବକେୟା ପାଉଣା ପାଇ ନ ଥିବା ବେଳେ ଏବେ ଅନ୍ୟ ଠିକା ସଂସ୍ଥାକୁ ବେଗର ଟେଣ୍ଡର ରେ କିଭଳି କାମ ଦିଆଯାଇଛି ତା’କୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

ସୂଚନା ମୁତାବକ, ଗତବର୍ଷ ବାଲିଯାତ୍ରା ୨୦୨୩ରେ ସି ଏମ୍ ସି ଅନଲାଇନ୍ ଟେଣ୍ଡର ମାଧ୍ୟମରେ ଏହି ଠିକାଦାର ମାନେ ପାଇଥିଲେ ବାଲିଯାତ୍ରାର ବିଭିନ୍ନ କାମ । ତେବେ ସେ କାମ ସୂଚାରରୁପେ ତୁଲାଇ ସାରିବା ପରେ ସି ଏମ୍ ସି କହିଥିଲା ତଦନ୍ତ ପରେ ମିଳିବ ଟଙ୍କା ।

Advertisement

ଆଉ ଗତ ୨୭/୧୨/୨୦୨୩ ରେ ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ହେଲା । କିନ୍ତୁ ବର୍ଷେ ପୁରିଲାଣି ନା ତଦନ୍ତ ସରିଛି ନା ବକେୟା ପାଉଣା ପାଉଛନ୍ତି ଏମାନେ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଠିକାଦାର ମାନେ । ଆଗାମୀ ଦିନରେ ସି ଏମ୍ ସି ର କାର୍ଯ୍ୟକୁ ଅଚଳ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *