ଯଦି ପ୍ରମାଣ ଦେଇଦବେ ମୋଦି ,ରାଜନୀତିରୁ ସନ୍ୟାସ ନେବେ ସିଦ୍ଧରମୈୟା!
1 min readମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପ୍ରଭାବ କର୍ଣ୍ଣାଟକ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯୋଗ ପ୍ରମାଣ କରନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେବେ ।
କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଅଭିଯୋଗ ପ୍ରମାଣିତ ହୋଇପାରିବ ନାହିଁ ତେବେ ସେ ରାଜନୀତିରୁ ସନ୍ୟାସ ନେବା ଉଚିତ୍।