ବିଷ୍ଣୁଙ୍କ ପ୍ରିୟ ଏହି ୪ ରାଶି , ପଞ୍ଚୁକରୁ ବଦଳିବ ଭାଗ୍ୟ ।
1 min readଆରମ୍ଭ ହେଲାଣି ପଞ୍ଚୁକ । ଏହି ୪ ରାଶି ମାନଙ୍କ ଭାଗ୍ୟ ବଦଳାଇବେ ଭଗବାନ ବିଷ୍ଣୁ । ଆଜି ଦେବଉଠାନୀ ଏକାଦଶୀ । ହିନ୍ଦୁ ଧର୍ମର ମାନାତ୍ୟ ଅନୁସାରେ ଦେବଉଠାନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଚାଲିଯାଆନ୍ତି । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କୁ ଚାରି ରାଶି ଖୁବ୍ ପ୍ରିୟ । ଆଉ ଆଜିର ଦିନରେ ଭଗବାନ ଶୋଇକି ଉଠିବା ପରେ ଏହି ୪ ରାଶିର ଜାତକକୁ ଆର୍ଶିବାଦ କରନ୍ତି ।
ବୃଷ-ବୃଷ ରାଶିର ଲୋକ ମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଅସୀମ କୃପା ପଡିଥାଏ । ଭଗବାନ ଯୋଗ ନିଦ୍ରାରୁ ଉଠିବା ପରେ ବୃଷ ରାଶିର ଲୋକଙ୍କ ଭଲଦିନ ଆରମ୍ଭ ହୋଇଯାଇଥାଏ । ବୃଷଭ ରାଶିର ଲୋକ ଯେଉଁ କାମ ନିଜ ହାତକୁ ନିଅନ୍ତି ,ସେ ନିଶ୍ଚିତ ସଫଳତା ପ୍ରାପ୍ତ କରନ୍ତି । ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ନିରନ୍ତର ରହିଥାଏ ।
କର୍କଟ-ଭଗବାନ ବିଷ୍ଣୁଙ୍କ ଆଶିବାଦ ରୁ କର୍କଟ ରାଶିର ଲୋକେ ବେଶି ଉନ୍ନତି କରନ୍ତି । ଦେବଉଠାନୀ ଏକାଦଶୀ ପରେ ଏମାନଙ୍କ ଭାଗ୍ୟ ବଦଳିଯାଏ ।
ସିଂହ – ଏହି ମାସରୁ ସିଂହ ରାସିର ଲୋକଙ୍କ ଭାଗ୍ୟରେ ମଧ୍ୟ ବଡ ପରିବର୍ତ୍ତନ ହେବ । ନିଜ ପରିଶ୍ରମ ବଳରେ ସେମାନେ ସମାଜରେ ଖୁବ୍ ନାମ କମାନ୍ତି । ଦେବଉଠାନୀ ଏକାଦଶୀ ରୁ ଆପଣଙ୍କର ଆର୍ଥିକ ସମସ୍ୟା ଶେଷ ହୋଇଯିବ । ଆପଣଙ୍କ କଠିନ ଦିନ ଖୁବ ଶୀଘ୍ର ଚାଲିଯିବ ।
ତୁଳା-ଏହି ମାନଙ୍କୁ ଚାକିରି ଏବଂ ବ୍ୟାପାର କ୍ଷେତ୍ରରେ ଖୁବ୍ ଲାଭ ମିଳିବ । ଶ୍ରୀହରିଙ୍କ କୃପାରୁ ଏମାନଙ୍କ ଜୀବନରେ ସବୁ କଷ୍ଟ ଦୂର ହୋଇଯିବ ।