ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଖବରକାଗଜରେ ‘ଫ୍ରଣ୍ଟ୍’ ପେଜ୍ରେ କିଙ୍ଗ କୋହଲି
1 min readଖୁବଶୀଘ୍ର ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି | ୨୨ ନଭେମ୍ବରରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ | ଯେଉଁଥିରେ ୨ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ | ଏହି ସିରିଜ ପାଇଁ ଭାରତୀୟ ଦଳ ଦୁଇଟି ବ୍ୟାଚରେ ଅଷ୍ଟ୍ରେଲିଆ ଯାଇଛି। କିନ୍ତୁ ଏସବୁ ମଧ୍ୟରେ ବିରାଟ କୋହଲି ଅଷ୍ଟ୍ରେଲୀୟ ମାଟିରେ ପାଦ ଦେଇଥିବା ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି। ଭାରତର ସିରିଜ୍ ଓପନର୍ ହେବାର ଦୁଇ ସପ୍ତାହ ପୂର୍ବରୁ କୋହଲି ରବିବାର ସନ୍ଧ୍ୟାରେ ପର୍ଥରେ ଅବତରଣ କରିଥିଲେ।
ତେବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ୧୦ ଦିନ ପୂର୍ବରୁ ଗଣମାଧ୍ୟମରେ ଅଷ୍ଟ୍ରେଲିଆ ଖବରକାଗଜର ଏକ ଗ୍ରୁପ୍ ତାଙ୍କ ଫଟୋକୁ ‘ଫ୍ରଣ୍ଟ୍ ପେଜ୍’ରେ ଛାପିଛି। ଏଥିରୁ ଜାଣିବାକୁ ମିଳିଛି ଯେ ଇଣ୍ଡିଆ କ୍ରିକେଟର କ୍ରେଜ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ରହିଛି | ଏହି ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଖବର କାଗଜ ପ୍ରଶଂସକଙ୍କୁ ଖୁସି କରାଇଛି | ଖବରକାଗଜ ସଂସ୍ଥା ବିରାଟଙ୍କ ଫଟୋ ଦେଇ ହିନ୍ଦୀ ଏବଂ ପଞ୍ଜାବୀରେ ହେଡଲାଇନ୍ ଛାପିଥିବା ଦେଖାଯାଇଛି। ଯାହା ତାଙ୍କର ଅପାର ଲୋକପ୍ରିୟତାକୁ ଦର୍ଶାଇଛି।
ତେବେ ଖବରକାଗଜରେ ପ୍ରଥମ ଫ୍ରଣ୍ଟ ପେଜରେ ବିରାଟଙ୍କ ଫଟୋ ସହିତ ବୋଲ୍ଡ ଅକ୍ଷରରେ ଲେଖାଯାଇଥିଲା ‘ଯୁଗୋଁ କି ଲଢ଼ାଇ’ ଲେଖାଯାଇଥିବା ବେଳେ ଜଶ୍ବସୀ ଜୈସୱାଲ୍ ଏବଂ ଋଷଭ ପନ୍ତ୍ଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ତେବେ ଅଷ୍ଟ୍ରେଲିଆ ଖବର କାଗଜ ଭାରତର କ୍ରିଏକେଟରଙ୍କର ଏପରି ଫଟୋ ଚାପିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି |