Pratidin TV

Odisha's Digital News Platform

ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ; ୬୮୩ ପ୍ରାର୍ଥୀଙ୍କର ଚାଲିଛି ଭାଗ୍ୟ ପରୀକ୍ଷା

1 min read

The first phase of Jharkhand assembly election voting begins today; 683 candidates are in luck test

ଆଜି ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି | ପ୍ରଥମ ପର୍ଯ୍ୟାୟ ଲାଗି ଝାଡ଼ଖଣ୍ଡରେ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ସେଠି ମଧ୍ୟରୁ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ଯେଉଁଠିକି ୧୭୪ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଭୋଟିଂ ଲାଗି ୨୯ ହଜାର ୫୬୨ ବୁଥ କରାଯାଇଛି। ଏହି ପର୍ଯ୍ୟାୟରେ ହେମନ୍ତ ସୋରେନ ସରକାରର ୬ ମନ୍ତ୍ରୀ ଏବଂ ବିଜେପି ଟିକେଟ‌ରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୪ ସମ୍ପର୍କୀୟ ନିର୍ବାଚନ ଲଢ଼ୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ। ତେବେ ନଭେମ୍ଵର ୨୦ ତାରିଖରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଏବଂ ୨୩ ତାରିଖରେ ହେବ ଗଣତି।

Advertisement

Leave a Reply

Your email address will not be published. Required fields are marked *