ଗୋଟେ Selfie କରିଦେବ ବ୍ୟାଙ୍କ ଆକାଉଣ୍ଟ ଖାଲି ,ସାଇବର ଠକ କରିଦେବେ ବର୍ବାଦ….
1 min readସେଲଫି ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ହେଲେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ? ଆପଣ ବି ହୋଇପାରନ୍ତି ସାଇବର ଠକେଇର ଶିକାର ବାସ୍ତବରେ, ସାଇବର ଅପରାଧୀମାନେ ବର୍ତ୍ତମାନ ସେଲଫି ବ୍ୟବହାର କରି ଆପଣଙ୍କର ବ୍ୟକ୍ତିଗତ ଏବଂ ବ୍ୟାଙ୍କ ଆକାଉଣ୍ଟ ଡାଟା ଚୋରି କରିପାରିବେ । ସାଇବର ଆଟାକ ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରିବ । ଅନେକ ଆପ୍ ଏବଂ ୱେବସାଇଟ୍ ରେ ଆପଣଙ୍କୁ ଆପଣଙ୍କର ପରିଚୟ ନିଶ୍ଚିତ କରିବାକୁ ସେଲଫି ନେବାକୁ କହିଥାଏ ।
ଏହାକୁ ସେଲଫି ପ୍ରାମାଣିକିକରଣ କୁହାଯାଏ । ଏହା ହେଉଛି ଏକ ଟେକ୍ନୋଲୋଜି ଯାହା ନିଶ୍ଚିତ କରେ ଯେ ଆପଣ ସେହି ସମାନ ବ୍ୟକ୍ତି । ଅଧିକାଂଶ ବ୍ୟାଙ୍କ ଏବଂ ଫିଣ୍ଟେକ୍ କମ୍ପାନୀ ସେଲଫି ମାଧ୍ୟମରେ ଲୋକଙ୍କର ପ୍ରମାଣ ଯାଞ୍ଚ କରନ୍ତି । ହେଲେ ଏହି ସମାନ କୌଶଳରେ ସାଇବର ଅପରାଧୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ପାରନ୍ତି । ବ୍ୟାଙ୍କ ଠକେଇ: ସାଇବର ଅପରାଧୀମାନେ ଆପଣଙ୍କ ସେଲଫି ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇପାରନ୍ତି । ଋଣ ଠକେଇ: ହ୍ୟାକରମାନେ ଆପଣଙ୍କ ସେଲଫି ବ୍ୟବହାର କରି ଆପଣଙ୍କ ନାଁରେ ଋଣ ମଧ୍ୟ ନେଇପାରନ୍ତି ।