ବକ୍ସ ଅଫିସ କଲେକ୍ସନ ରେ ଲାଗିଲା ବ୍ରେକ ,ଫ୍ଲପ ହୋଇଯିବ କି ସିଙ୍ଘମ ଏଗେନ୍ ?
1 min readନିକଟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସିଙ୍ଘମ ଏଗେନ୍ । ଯାହାକୁ ଦର୍ଶକଙ୍କର ଖୁବ୍ ଅଧିକ ଭଲ ପାଇବା ମଧ୍ୟ ମିଳୁଛି । ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ 100 କୋଟି ଏବଂ ଦ୍ୱିତୀୟରେ 200 କୋଟି ଟଙ୍କାର ବ୍ୟବସାୟ କରିଛି । ହେଲେ ବର୍ତ୍ତମାନଏହାର କଲେକ୍ସନ ଉପରେ ଲାଗିଛି ବ୍ରେକ୍ ।ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ, ‘ସିଙ୍ଘମ ଏଗେନ୍’ 10 ଦିନରେ 225.30 କୋଟି ଟଙ୍କା ଆୟ କରିଛି। ସାକ୍ନିଲ୍କଙ୍କ କହିବାନୁସାରେ, ଏକାଦଶ ଦିନରେ ଫିଲ୍ମର ରୋଜଗାରରେ ହଠାତ୍ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା ଏବଂ ଏହା 4.25 କୋଟିର ବ୍ୟବସାୟ କରିଥିଲା । ଅର୍ଥାତ୍ ଫିଲ୍ମର 11 ଦିନର ରୋଜଗାର ଥିଲା 229.55 କୋଟି ଟଙ୍କା ।
ଦ୍ୱାଦଶ ଦିନ ଅର୍ଥାତ୍ ଆଜି ଅଜୟ ଦେବଗନଙ୍କ ଫିଲ୍ମ ରାତି 8 ଟା ପର୍ଯ୍ୟନ୍ତ ମାତ୍ର 1.96 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରଟି ମୋଟ 231.51 କୋଟି ଟଙ୍କା ବ୍ୟବସାୟ କରିଛି ।
ପାଖାପାଖି 350 କୋଟି ଟଙ୍କାରେ ‘ସିଙ୍ଘମ ଏଗେନ୍’ ତିଆରି କରାଯାଇଛି । ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର 323 କୋଟି ଟଙ୍କା ହୋଇଛି | ଯଦିଓ ଆଜିର ଘରୋଇ ସଂଗ୍ରହ ଏଥିରେ ଯୋଡିହୋଇଛି, ତଥାପି ଏହାର ବଜେଟ୍ ପୂରଣ ପାଇଁ 25-30 କୋଟି ଟଙ୍କା ଆବଶ୍ୟକ ହେବ । ସେହିପରି ‘Bhool Bhulaiyaa 3’ ‘ସିଙ୍ଘମ ଏଗେନ୍’ଠୁ ଅଧିକ ରୋଜଗାର କରୁଛି ।